jayashree

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ

  • ବ୍ୟକ୍ତି ନିର୍ମାଣର ପ୍ରଥମ ସୋପାନରେ ସ୍ୱାଭିମାନୀ, ଶକ୍ତିଶାଳୀ ଓ ଚରିତ୍ରବାନ ସ୍ୱୟଂସେବକ ହେବା ପାଇଁ ପ୍ରଶିକ୍ଷଣ

ଜୟପାଟଣା, (ଶେଷଦେବ ବେହେରା) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଜୟପାଟଣା ଖଣ୍ଡର ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ସକାଳ ୫ ଘଣ୍ଟାରେ ଜାଗରଣ ଓ ରାତ୍ରୀ ୧୦ ଟାରେ ବିଶ୍ରାମ ମଧ୍ୟରେ ଏକାତ୍ମତା ସ୍ତୋତ୍ର, ମନ୍ତ୍ର, ପ୍ରଭାତ ସଂଘସ୍ଥାନ, ଯୋଗନିଦ୍ରା, ଚର୍ଚ୍ଚା, ବୈଠକ, ବୌଦ୍ଧିକ, ସାୟଂ ସଂଘସ୍ଥାନ, ପ୍ରାର୍ଥନା ଓ ମନ୍ତ୍ର ଅଭ୍ୟାସ, ପ୍ରତିଭା ପ୍ରଦର୍ଶନ, ଅନ୍ତାକ୍ଷରୀ ଆଦି କାର୍ଯ୍ୟକ୍ରମ ସହିତ ଶିକ୍ଷାର୍ଥମାନଙ୍କୁ ଶାରୀରିକ ବିଭାଗରେ ସୂର୍ଯ୍ୟ ନମସ୍କାର, ଯୋଗାସନ, ଦଣ୍ଡ, ନିୟୁଦ୍ଧ, ଖେଳ, ଗଣସମତା, ବ୍ୟାୟାମ ଯୋଗ, ଆଚାର ପଦ୍ଧତି, ସହିତ ବୌଦ୍ଧିକ ବିଭାଗରେ ବ୍ୟକ୍ତି ଜୀବନର ଲକ୍ଷ୍ୟ, ଦିନଚର୍ଯ୍ୟା, ଶାରୀରିକ, ବୌଦ୍ଧିକ, ସେବା ବିଷୟରେ ଚର୍ଚ୍ଚା, ପରିଚୟର ମହତ୍ତ୍ୱ, ସେବାକାର୍ଯ୍ୟ, ଉତ୍ତମ ବ୍ୟକ୍ତିର ଗୁଣ ବିଷୟରେ ବୈଠକ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଥମ ଦିବସରେ ଭାରତ ଆମର ମାତୃଭୂମି, ଦ୍ୱିତୀୟ ଦିବସରେ ସଂଘ ପ୍ରତିଷ୍ଠାତା ପୂଜନୀୟ ଡକ୍ଟର କେଶବ ବଳିରାମ ହେଦଗେୱାରଙ୍କ ଜୀବନୀ ଓ ତୃତୀୟ ଦିବସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆଦି ବିଷୟରେ ବୌଦ୍ଧିକ ବର୍ଗ ଅନୁଷ୍ଠିତ ହୋଇଥଲା । ଏହି ବର୍ଗରେ ଖଣ୍ଡ ସଂଘ ଚାଳକ ପ୍ରମୋଦ କୁମାର ଠାକୁର ବର୍ଗ ପ୍ରମୁଖ, ଖଣ୍ଡ କାର୍ଯ୍ୟବାହ ଶତ୍ରୁଜିତ ବେହେରା, ବର୍ଗ କାର୍ଯ୍ୟବାହ ଓ ଶାରୀରିକ ପ୍ରମୁଖ ପବିତ୍ର ରାଉତ ମୁଖ୍ୟ ଶିକ୍ଷକ ଓ ମହେନ୍ଦ୍ର ଦିଆରୀ ଶିକ୍ଷକ ଭାବରେ ଦାୟିତ୍ୱ ତୁଳାଇଥିଲେ । ପ୍ରଥମ ଦିବସରେ ସ୍ୱଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ, ଦ୍ୱିତୀୟ ଦିବସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ଘୋଷ ପ୍ରମୁଖ ମନୋଜ କୁମାର ମୁଣ୍ଡ, ତୃତୀୟ ଦିବସରେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ଅତିଥି ଓ କଳାହାଣ୍ଡି ବିଭାଗ ପ୍ରଚାରକ ଆର, ଚକ୍ରଧର ରାଓ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବୌଦ୍ଧିକ ପ୍ରଦାନ କରିଥିଲେ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ତିନିଦିନିଆ ବର୍ଗରେ ମୋଟ ୨୪ ଜଣ ଶିକ୍ଷାର୍ଥୀ, ୪ ଜଣ ଶିକ୍ଷକ, ୪ ଜଣ ପ୍ରବନ୍ଧକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.