
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ମାନଙ୍କ ପକ୍ଷରୁ ଆଡୁ ଟୁର୍ଣ୍ଣାମେଣ୍ଟ ଗଞ୍ଜାମ ସହର ସ୍ଥିତି ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଛତ୍ରପୁରର ବରିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ରାମକୃଷ୍ଣ ମହାପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ପ୍ରାଚୀନ ଖେଳର ପରମ୍ପରାକୁ ସାଉଁଟି ରଖିଥିବାରୁ ଉଦ୍ୟକ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର ମଞ୍ଚାସୀନ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ସେମିଫାଇନାଲ ଅନୁଷ୍ଠିତ ହେବାକୁ ରହିଛି । ଏହି କାର୍ଯ୍ୟକ୍ରମରେ ଉପସଭାପତି ଅରୁଣ ପଣ୍ଡା, କୋଷାଧ୍ୟକ୍ଷ ବିପ୍ର ମହାପାତ୍ର, ବ୍ରଜ ପାଣିଗ୍ରାହୀ, ବସନ୍ତ ସାବତ, କିଶୋର ଚନ୍ଦ୍ର ମହାପାତ୍ର, ଲିଙ୍ଗରାଜ ପଟ୍ଟନାୟକ, ସୁରେନ୍ଦ୍ର ପାଢ଼ୀ, ଗୋପାଳ ପଣ୍ଡା, ସୁରେନ୍ଦ୍ର ପଟ୍ଟନାୟକ, ଗୋପୀନାଥ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।