
ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ଓରାମପଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ରାଉରକେଲା ଆନୁକୂଲ୍ୟରେ, ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୧୦୧ ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶତାଧିକ ଭକ୍ତ, ସ୍ଥାନୀୟ ପ୍ରଶାସନ ଓ ଅନେକ ଜନ ସାଧାରଣଙ୍କ ସମାଗମ ମଧ୍ୟରେ ସକାଳୁ ଓଁକାର, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନ ପରେ ପବିତ୍ର ପ୍ରଶାନ୍ତି ଧ୍ୱଜା ଉତ୍ତୋଳନ, ଷୋଡ଼ଶ ଉପଚାର ପୂଜା, ୧୦୨ ଭଜନ, ମଙ୍ଗଳ ଆରତୀ ଓ ପ୍ରସାଦ ସେବନ ସହ ସକାଳ କାର୍ଯ୍ୟକ୍ରମ ସମାପନ ହେବା ପରେ ସନ୍ଧ୍ୟାରେ ୧୦୧ ପ୍ରଦୀପ ପ୍ରଜ୍ୱଳନ, ବାଳବିକାଶ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆଲୋଚ୍ୟ ବିଷୟ ବସ୍ତୁ ‘ଶ୍ରୀ ସତ୍ୟ ସାଇ ବାବା – ପ୍ରେମ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉପରେ ବିପିୟୁଟିର କୁଳପତି ପ୍ରଫେସର ଡକ୍ଟର ଅମୀୟ କୁମାର ରଥ ଆଲୋକପାତ କରି ବାବାଙ୍କ ମାନବ ଜାତି ପ୍ରତି ଅନନ୍ୟ ଅବଦାନ ସ୍ୱରୂପ ମାଗଣା ସ୍ୱାସ୍ଥ୍ୟ ସେବା, ମାଗଣା ଶିକ୍ଷା ଓ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପ୍ରେମର ପ୍ରସାରଣ ଦ୍ୱାରା ଆତ୍ମ ରୂପାନ୍ତରଣ କରିବାର ଅନେକ ଦୃଷ୍ଟାନ୍ତ ଦେଇଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଝୁଲଣ ଭଜନ, କେକ କଟିଙ୍ଗ, ମଙ୍ଗଳ ଆରତୀ ଓ ପ୍ରସାଦ ସେବନ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ପ୍ରକାଶ ଥାଉ କି ଉକ୍ତ କାର୍ଯ୍ୟକ୍ରମରେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲ୍ଲୀର ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦାନ କରି ବାବାଙ୍କ ଆଶୀର୍ବାଦ ଲାଭ କରିଥିଲେ । ଗତ ୧୯ ତାରିଖ ଦିନ ପ୍ରାତଃରୁ ସହର ମଧ୍ୟରେ ଥିବା ବିଭିନ୍ନ କୁଷ୍ଠାଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନର ଜିଲ୍ଲା ସଭାପତି ନୀଳାମ୍ବର ମିଶ୍ର, ପୂର୍ବତନ ରାଜ୍ୟ ସେବା ସଂଯୋଜିକା ମଞ୍ଜୁଳା ସାହୁ, ରାଉରକେଲା ସମିତି ଆବାହକ ବିଜୟ କୁମାର ମହାପାତ୍ର, ଜିଲ୍ଲା ସେବା ସଂଯୋଜକ କରୁଣାକର ପଟେଲ, ସଂଯୋଜିକା ଲିଲି ପଟେଲ, ସମିତିର ବିଭୂତି ଭୂଷଣ ପଟ୍ଟନାୟକ, ରାଜେଶ ତାରିଣୀ, ପ୍ରସଂଜୀତ ଦାସ, ସାହେବ ପଟ୍ଟନାୟକ, ପ୍ର ହୃଷିକେଶ ନାଏକ, ସୁଜାତା ପାତ୍ର, ସୁକାନ୍ତି ପାତ୍ର, ବିକାଶ ବାନାର୍ଜୀ, ଅଳକା ରଥ, ସୁନନ୍ତ ସାହୁ, ପ୍ରଶାନ୍ତ ଦାସ, ପିଣ୍ଟୁ ପରିଡ଼ା, ଶକ୍ତି ବେହେରା, ସୁଦୀପ୍ତ ଦାସ, ଲୁଲୁ ବାରିକ, ସ୍ୱାଧୀନ ମିଶ୍ର, ଶରତ ପଣ୍ଡା, ପ୍ରତୀକ୍ଷା ପଣ୍ଡା, ଶ୍ରୀକାନ୍ତ ପଲେଇ, ସାହେବ ପଟ୍ଟନାୟକ, ଜୟକୃଷ୍ଣ ପାତ୍ର, ଅନାଥ ରାଉତ, ବିବେକାନନ୍ଦ ପଣ୍ଡା, ଅକ୍ଷୟ ଧଳ ପ୍ରମୁଖ ସୁରୁଖୁରୁରେ ସମ୍ପାଦନ ହେବା ପାଇଁ ସହଯୋଗ କରିଥିଲେ । ପୂଜକ ଭାବେ ସୁରେଶ ରଥ ଦାୟିତ୍ଵ ତୁଳାଇଥିଲେ । ସେହିପରି ସେକ୍ଟର ୨ର ସି ବ୍ଲକ୍ ସ୍ଥିତ ସାଇ ଆଶ୍ରମ ଠାରେ ଇଂ ଗୋପିନାଥ ପଟ୍ଟନାୟକ ଓ ବନ୍ଦନା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ସତ୍ୟସାଇଙ୍କ ପୂଜାର୍ଚ୍ଚନା ସହ ଉପସ୍ଥିତ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।