
ରାଉରକେଲା, (ସସ୍ମିତା ପ୍ରଧାନ) : ବୈକୁଣ୍ଠ ଘାଟରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ମହା ଉତ୍ସାହ, ଭକ୍ତି ଏବଂ ପାରମ୍ପରିକ ଭାବନା ସହ ପାଳିତ ହୋଇଛି । ଏହି ଶୁଭ ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ । ତାଙ୍କ ସମେତ ଅଶୋକ ମହାନ୍ତି, ଦେବେନ୍ଦ୍ରନାଥ ନାଇକ, ଦିଲୀପ ମହାନ୍ତି, ସୁରେନ୍ଦ୍ର ରାଉତ, ସତ୍ୟ ମଲ୍ଲିକ, ରଶ୍ମି ରଞ୍ଜନ ମହାନ୍ତି, ଶୁଭେନ୍ଦୁ ମହାନ୍ତି, ପ୍ରତାପ ପାଢ଼ୀ, ପ୍ରଣୟ ପାଣିଗ୍ରାହୀ, ପ୍ରଦୀପ ମହାନ୍ତି, ଦୁଲାରୀ ପଟେଲ, ଜ୍ୟୋତ୍ସ୍ନା ଦାଶ, ଗୀତା ପାଣିଗ୍ରାହୀ, ମନୋରମା ବେହେରା, ରଶ୍ମିତା ବେହେରା, ଦିକ୍ଷିତା ନାଇକ, ସୀମା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିନ ଭୋର୍ରୁ ହିଁ ବୈକୁଣ୍ଠ ଘାଟରେ ଭକ୍ତ ଓ ବାସିନ୍ଦାଙ୍କ ବିଶାଳ ସମାଗମ ଦେଖିବାକୁ ମିଳିଥିଲା । ମା’ ଭଉଣୀମାନେ ପାରମ୍ପରିକ ରୀତିନୀତି ଅନୁସାରେ ବୋଇତ ବନ୍ଦାଣ କରି ଓଡ଼ିଶାର ଗୌରବମୟ ସାମୁଦ୍ରିକ ଐତିହ୍ୟକୁ ମନେ ପକାଇଥିଲେ । ସମଗ୍ର ଘାଟ ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର ପରିବେଶରେ କମ୍ପି ଉଠିଥିଲା । ଏହି ଉତ୍ସବ ଆମର ଏକତା, ଭକ୍ତି ଏବଂ ପୁରାତନ ଓଡ଼ିଆ ସଂସ୍କୃତି ପ୍ରତି ଗଭୀର ସମ୍ମାନକୁ ପ୍ରତିଫଳିତ କରିଛି ବୋଲି ସଂଯୋଜକ ଜୟଶ୍ରୀ ପାଣିଗ୍ରାହୀ କହିଛନ୍ତି । ସମସ୍ତ ଅତିଥି, ବାସିନ୍ଦା, ସ୍ୱେଚ୍ଛାସେବୀ ଏବଂ ଶୁଭେଚ୍ଛୁଙ୍କୁ ସେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।