
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତି କଟକଠାରେ ବାଲିଯାତ୍ରା ମହୋତ୍ସବରେ ଯୋଗଦେବେ । ଆସନ୍ତା ୨୫ ତାରିଖ, ବୁଧବାର ରାଷ୍ଟ୍ରପତି ଭୁବନେଶ୍ୱରଠାରେ ହୋମିଓପାଥୀ ଉପରେ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।