
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳ ପଡ଼ିଆ ଠାରେ ୪୦ ତମ ଧନୁଯାତ୍ରା ମହୋତ୍ସବ ୨୬ ତାରିଖ ପର୍ଯ୍ୟନ୍ତ ଧୁମଧାମରେ ପାଳିତ ହେବ । ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉପଲକ୍ଷେ ମାରାଥନ ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ ପ୍ରଧାନ, ଧନୁଯାତ୍ରା ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ସୁଶୀଲ ଜୈନ, ଉପ ସଭାପତି ଅମିତ କୁମାର ଥନାପତି, ଧନୁଯାତ୍ରା ମହୋତ୍ସବ ମିଡିଆ ମ୍ୟାନେଜମେଣ୍ଟ ଚିଫ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ବଙ୍ଗୋମୁଣ୍ଡା ନୂଆ ବସଷ୍ଟାଣ୍ଡରୁ ତାରିଣୀ ମନ୍ଦିର – ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମାରାଥନରେ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରଥମ ହୋଇଛନ୍ତି ବଲାଙ୍ଗିର ଡୁଙ୍ଗିରିପାଲି ଗାଁର ସୁଦନସନ ପୁଟେଲ, ଦ୍ଵିତୀୟ ହେଲେ ମୁରିବାହାଲ ବ୍ଲକ ଡୁମେରପଡା ଗାଁର ପ୍ରଶାନ୍ତ ନାଏକ, ତୃତୀୟ ହୋଇଛନ୍ତି ବଲାଙ୍ଗିର ବ୍ଲକ ବାଗବାଡ଼ି ଗାଁର ଶିବା ନାଏକଙ୍କୁ ଉଦ୍ଯାପନୀ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସୁଧାଂଶୁ ପୁଟେଲ, ଦିବ୍ୟ ସିଂ ନାଏକ, ବାଦଲ ପାତ୍ର, ମଣ୍ଟୁ ସରାଫ, ସୋନୁ ପୁଟେଲ ପ୍ରମୁଖଙ୍କ ସହ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ ।