jayashree

ଦକ୍ଷିଣକାଳୀ ପୀଠର ପ୍ରତିଷ୍ଠାତା ପ୍ରଶାନ୍ତ ମିଶ୍ରଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଗ୍ରାମର ଦକ୍ଷିଣ କାଳୀ ପୀଠର ପ୍ରତିଷ୍ଠାତା ପ୍ରଶାନ୍ତ ମିଶ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହେଉଥିଲା । କିଛିଦିନ ପୂର୍ବରୁ ସେ ମନ୍ଦିର ନିକଟରେ ଏକ ବାଇକରେ ଭାରସାମ୍ୟ ହରାଇ ପଡିଯାଇଥିବା ବେଳେ ବୁର୍ଲା ମେଡିକାଲରେ ତାଙ୍କୁ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ଗୁରୁବାର ରାତିରେ ତାଙ୍କ ପରଲୋକ ହୋଇଯାଇଛି । ତାଳପଦର ଉତାଲି ନଦୀ ପୀଠର ଏକ ପ୍ରାକୃତିକ ପରିବେଶରେ ଦକ୍ଷିଣ କାଳୀ ତଥା ଅନ୍ୟାନ୍ୟ ମନ୍ଦିର ପ୍ରତିଷ୍ଠା କରି ସେ ପୂଜାର୍ଚ୍ଚନା କରୁଥିଲେ । ଜଣେ ମେଳାପୀ, ନିସ୍ୱାର୍ଥ, ପରୋପକାରୀ ବ୍ୟକ୍ତି ଭାବରେ ତାଙ୍କର ଯଥେଷ୍ଠ ଲୋକପ୍ରିୟତା ରହିଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ମାଆ କୁନ୍ତିଲତା, ପତ୍ନୀ ଲକ୍ଷ୍ମୀ, ଭାଇ ଅଧ୍ୟାପକ ସୁଶାନ୍ତ ମିଶ୍ର, ଆଇନଜୀବୀ ସୁବ୍ରତ ମିଶ୍ର, ସାମ୍ବାଦିକ ସୁନୀଲ ମିଶ୍ର, କାକା ପିତବାସ ମିଶ୍ରଙ୍କ ସମେତ ପରିବାର ବର୍ଗ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ବହୁ ଲୋକ ତାଙ୍କ ଶେଷ ଦର୍ଶନ କରିବା ସହିତ ଶବାଧାରରେ ସାମିଲ ହୋଇଥିଲେ । ବଡ ଭାଇ ସୁଶାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ଅକାଳ ବିୟୋଗରେ ଅଂଚଳରେ ଶୋଳ ଖେଲାଇ ଯାଇଛି ।

Leave A Reply

Your email address will not be published.