csstore

ସଡକ ସୁରକ୍ଷା କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡିଦରହା ଗ୍ରାମ ଠାରେ ମାସ ଆନୁକୂଲ୍ୟରେ ସଡ଼କ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମାସର ସଂଯୋଜକ ଆଦିକନ୍ଦ ବିଶ୍ୱାଳ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଜାତୀୟ ସଡ଼କ ନିରାପତ୍ତା ପାଳନ କରାଯାଉଛି । ‘ସଡ଼କ ସୁରକ୍ଷା, ଜୀବନ ସୁରକ୍ଷା’ ବିଷୟ ବସ୍ତୁକୁ ନେଇ ପାଳନ କରାଯାଇଥିଲା ।ନିରାପତ୍ତା ସମ୍ପର୍କିତ ସଚେତନତା ସୃଷ୍ଟି କାରୀ ପ୍ରଚାର ପତ୍ର ବଣ୍ଟନ ସହିତ ଆରମ୍ଭ ହୋଇଥିଲା । ମୁଖ୍ୟତଃ ହେଲମେଟ ପରିଧାନ, ମାଦକ ଦ୍ରବ୍ୟ ସେବନ, ମୋବାଇଲ ବ୍ୟବହାର, ଅନ୍ୟମନସ୍କ ଭାବେ ଗାଡି ଚଳାଇବା ଏବଂ ନାବାଳକ ଗାଡି ଚଳାଇବା ଅସାବଧାନତା ହେତୁ ଦୁର୍ଘଟଣା ଉପରେ ସଚେତନ କରାଯାଇଥିଲା । ଏଥିରେ କୃଷି ଅଧୀଦର୍ଶକ ଗୌରାଙ୍ଗ ଚରଣ ମହାରଣା, ଝାରବନ୍ଧ ଜୁନିଅର କଲେଜ ଅଧ୍ୟକ୍ଷ ସାନନ୍ଦ ସାହୁ, ସରପଞ୍ଚ ବଳରାମ ଖମାରୀ, କଲେଜର ଯୁବ ରେଡ଼କ୍ରସ ସଂଯୋଜକ ଚିନ୍ତାମଣି ମିଶ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ଅଞ୍ଜଳି ଲୁଇ, ଗ୍ରାମ୍ୟ ପରିଚାଳନା କମିଟି ସଭାପତି କିଶୋର ସାମଲ, ମାସ ସ୍ବେଚ୍ଛାସେବୀ ଅନୁଷ୍ଠାନର ଘନଶ୍ୟାମ ପଧାନ, ହାରାଧନ ଭଏନା, ରେବତୀ ରାଉତ, କେଶବ ଡ଼ନସନା ଶିକ୍ଷକ ବିରେନ୍ଦ୍ର ନାୟକ, ଫରେଷ୍ଟର ଝରଣା ସାହୁ, ନିର୍ମଳଚନ୍ଦ୍ର ସାହୁ, ଧରଣୀ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.