jayashree

ଲୋଇସିଂହା କପ ଫୁଟବଲ : ଫାଇନାଲରେ ସମ୍ବଲପୁର- ଲୋଇସିଂହା ମୁକାବିଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୧୯ ତମ ରାଜ୍ୟସ୍ତରୀୟ “ଲୋଇସିଂହା କପ ଫୁଟବଲ ଟୁର୍ଣାମେଣ୍ଟ”ର ଆଜି ଦ୍ଵିତୀୟ ସେମି ଫାଇନାଲ ଖେଳ ରେବେଲ ଟାଇଗର, ଭିଲାଇ ଓ ସମ୍ବଲପୁର ଆଶିଷ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ଆଶିଷ ଏକାଦଶ ୪-୧ ଗୋଲରେ ଭିଳାଇକୁ ପରାସ୍ତ କରି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହି ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ସମ୍ବଲପୁର ଦଳର ଲିଙ୍ଗରାଜ ଓରାମଙ୍କୁ “ମ୍ୟାନ ଅଫ୍‌ ଦି ମ୍ୟାଚ୍” ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚ୍‌ କମିଶନର ସୁଦୟ ବାରିକଙ୍କ ତତ୍ୱାବଧାନରେ ଦେବାଶିଷ ବାଗ, ସୁଧାଂଶୁ ସେଟ୍, ବିଜୟ କୁମାର ରଣା, ଅଞ୍ଜନ ବେଶ୍ରା ପ୍ରମୁଖ ଖେଳ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ସମାଜସେବୀ ଯୁଧିଷ୍ଠିର ପଧାନ, ବିଜେଡ଼ି ନେତା ବୀଣା ନାଏକ ଯୋଗ ଦେଇଥିଲେ । ଟ୍ରଷ୍ଟବୋର୍ଡ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ବେହେରା, ବିଭୁତି ଭୂଷଣ ସାହାଣୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ଏଥଲେଟିକ ଏସୋସିଏସନ, ଲୋଇସିଂହା ଓ ସମ୍ବଲପୁର ଆଶିଷ ଏକାଦଶ ମଧ୍ୟରେ ପ୍ରତିଯୋଗିତାର ଅନ୍ତିମ ତଥା ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଶିବ ଅଗ୍ରୱାଲ, ଚତୁର ଦଳାଇ, ଆନନ୍ଦ ପୁଟେଲ, ନଯୁ ଖାନ, ରଞ୍ଜନ ବେହେରା, ବ୍ରଜ ବିଷୋୟୀ, ସଞ୍ଜୀବ ସାହୁ, ସିଲୁ ସେବକ, ଭଗବତୀଆ ଭୋଇ, କରନ ପଧାନ, କୁନା ବାରିକ, ମନୋଜ ମାହାନା, ଟିକୁ ପାଣ୍ଡିଆ, ଦେବବ୍ରତ ବିଶ୍ଵାଳ, ରିତେଶ, ରମେଶ, ସୁମିତ, ମୋହିତ ମିଶ୍ର, ପ୍ରକାଶ ମହାରଣା, ବୁଦ୍ଧିଆ ନାଏକ, ଆକାଶ ପଧାନ, ସରୋଜ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.