csstore

ବଲାଙ୍ଗିର କୁଲୁତା ସମାଜର ମାଗଣା ଚକ୍ଷୁ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କୁଲୁତା ସମାଜ ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁଲୁଲ୍ୟରେ ଝାଙ୍କରପାଲିଠାରେ ସଭାପତି ସୁରଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଶଙ୍କର୍ଷଣ ପଧାନ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୁଲତା ସମାଜ ବଲାଙ୍ଗିର ହର୍ଟାଡାଲ କେନ୍ଦ୍ର ସଭାପତି ବେଲାର ସିଂ ଭୋଇ ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରାଜପୁରର ଡାକ୍ତର ସୁଜିତ ଥାପା ଏବଂ ତାଙ୍କ କର୍ମଚାରୀବୃନ୍ଦ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚକ୍ଷୁ ପରୀକ୍ଷା, ମୋତିଆବିନ୍ଦୁ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା କରାଯାଇଥିଲା । ଉକ୍ତ ଶିବିରରେ ଝାଙ୍କରପାଲି, କୁଟୁମଡୋଲା, ବୈଦିପାଲି, ବାରପୁଡୁଗିଆ, ଖୁଣ୍ଟପାଲି ପଞ୍ଚାୟତର ୧୯୦ ଜଣ ଚକ୍ଷୁରୋଗୀ ପରୀକ୍ଷା କରାଇଥିଲେ ଏବଂ ୬୫ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ କୁଲୁତା ସମାଜ ବଲାଙ୍ଗିରର ସଭ୍ୟ ଶାନ୍ତନୁ କୁମାର ଭୋଇ, ରାମଚନ୍ଦ୍ର ଭୋଇ, ସନ୍ତୋଷ ସାହୁ, ଯୁବ ସଂଯୋଜକ ସୁଦର୍ଶନ ସାହୁ, ମଧୁ ସାହୁ, ସୁନିଲ ମାଝି, କୃଷ୍ଣଚନ୍ଦ୍ର ଭୋଇ, ଦୀନେଶ ଭୋଇ, ଲଳିତ ପଧାନ, ଲକ୍ଷ୍ମଣ ବିଶ୍ୱାଲ, ରୋହିମ ସାହୁ, ସତ୍ୟବ୍ରତ ଗଡତ୍ୟା, ରୁବୁଲ ଭୋଇ, ବୃଷଭ ସା, ଯାଦଭ ଭୋଇ ଓ ପଞ୍ଚାୟତର ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନେ ସହଯୋଗ କରିଥିଲେ । ସର୍ବଶେଷରେ ସଂପାଦକ ଶାନ୍ତନୁ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରି ଆଗାମୀ ମାର୍ଚ୍ଚ ମାସରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରିବା ପାଇଁ ଘୋଷଣା କରିଥିଲେ ।

jayashree
Leave A Reply

Your email address will not be published.