
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆୟୋଜିତ ହେବାକୁ ଥିବା ୪୦ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ହେବାକୁ ଥିବା ବେଳେ ବଙ୍ଗୋମୁଣ୍ଡାକୁ ମଥୁରାନଗରୀ କରାଯାଇଥିବା ବେଳେ ଗୋହିରାପଦରକୁ ଗୋପପୁର କରାଯାଇଛି । ଆଜି ଗୋପପୁର ଗୋହିରାପଦର ଠାରେ କୃଷ୍ଣ ଓ ବଳରାମ ଅଭିନୟ କରିବା ପାଇଁ ଥିବା ବେଳେ ସେମାନଙ୍କୁ ବରଣ କରାଯାଇଥିଲା । ସେହିପରି ମଥୁରାନଗରୀ ବଙ୍ଗୋମୁଣ୍ଡାରେ ମଧ୍ୟ ବରଣ କରାଯାଇଛି । ଏଥିରେ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତୁଳସିରାମ ହଂସ, କାର୍ଯ୍ୟକାରୀ ସଭାପତି ସୁଶୀଲ ଜୈନ ଅଗ୍ରୱାଲ, ସାଂସ୍କୃତିକ ସମ୍ପାଦକ ତ୍ରିନାଥ ବାରିକ, ଉପସଭାପତି ଶରତଚନ୍ଦ୍ର ସିଂ ଭୋଇ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ଆୟୋଜକ ଗୋପପୁର କମିଟିର ସଭାପତି ବିନୋଦ ମେହେର, ଉପସଭାପତି ବସନ୍ତ ମେହେର, ସମ୍ପାଦକ କ୍ଷମାସାଗର ମେହେର, ସହସମ୍ପାଦକ ବାବୁଲାଲ ମେହେର, କୋଷଧ୍ୟକ୍ଷ ଭରତ ମେହେର, ଉପ କୋଷାଧ୍ୟକ୍ଷ ପ୍ରକାଶ ମେହେର, ଉପଦେଷ୍ଟା ହରିବଡୁ ମେହେର, ବୈକୁଣ୍ଠ ହଂସ, ଭୋଳାନାଥ ମେହେର, ରାମ ଭୋଇ, ଭୁବନ ମେହେର, କ୍ଷମାସାଗର ମେହେର,ସଦସ୍ୟ ବିଜୟ ମେହେର, ନୌକା ରାଜ ମେହେର, ଶେଷଦେବ ମେହେର୍, ବବଲୁ ମେହେର, ରୁଦ୍ର ମେହେର, ଛିନୁ ମେହେର, ବିରସିଂ ଭୋଇ, ଚୈତନ ଅଦା, ଝସକେତନ ପୋଡ଼, ନୀଳମଣି ଭାଟି, ମିନିକେତନ ଭାଟି ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ସାମିଲ ହୋଇଥିଲେ । ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଆୟୋଜନ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।