
କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଜନସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ସବୁବେଳେ ଆଗରେ ରହିଆସିଛି କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚର ବିକାଶ ଶାଖା। ଏହି କ୍ରମରେ ସ୍ୱର୍ଗତ ଜୟପ୍ରକାଶ ଅଗ୍ରୱାଲଙ୍କ ସ୍ମୃତିରେ ଆଜି କଣ୍ଟାବାଞ୍ଜି ସ୍ଥିତ ହରିଭବନଠାରେ ତିନିଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବଣ୍ଟନ ଶିବିର ଉଦଘାଟିତ ହୋଇଛି । ଆଜିର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନଗରପାଲ ବରୀୟାମ ସିଂହ ସାଲୁଜା ଯୋଗଦେଇ ବିକାଶ ଶାଖା ନିରନ୍ତର ସେବା କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ । ଦିବ୍ୟାଙ୍ଗ ପାଇଁ ଏହି ଶିବିର ସମସ୍ତ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମାରୱାଡି ୟୁବା ମଞ୍ଚର ରାଜ୍ୟ ଯୁଗ୍ମ ସମ୍ପାଦକ ରଚନା ଜୈନ, କଣ୍ଟାବାଞ୍ଜି ଅଗ୍ରୱାଲ ସଭା ସଭାପତି ଅଶୋକ ଛାପଡ଼ିଆ, ସମାଜସେବୀ କମଲ ଅଗ୍ରୱାଲ, ବିକାଶ ଶାଖା ଅଧ୍ୟକ୍ଷ ମହେଶ ଅଗ୍ରୱାଲ, ସମ୍ପାଦକ ଅଭିଷେକ ଅଗ୍ରୱାଲ, କାର୍ଯ୍ୟକ୍ରମ ସଂଯୋଜକ ନୀରଜ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ରହିଥିଲେ । ପୂର୍ବ ସଭାପତି ମନୀଷ ଜୈନ ମଞ୍ଚ ପରିଚାଲନା କରିଥିଲେ । ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ଓ ରାଞ୍ଚିର ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ମିଳିତ ସହଯୋଗରେ ଏହି ଶିବିରରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ମାଗଣାରେ କୃତ୍ରିମ ଗୋଡ଼, ମେକାନିକାଲ ହାତ, ଶ୍ରବଣ ଯନ୍ତ୍ର ସମେତ ବିଭିନ୍ନ ପ୍ରକାର ସହାୟକ ଉପକରଣ ଯୋଗାଇ ଦିଆଯାଇଥିଲା ଶିବିରକୁ ଆସୁଥିବା ରୋଗୀଙ୍କ ସହ ଜଣେ ସହଯୋଗୀଙ୍କ ରହିବା ଓ ଖାଇବା ପାଇଁ ମଧ୍ୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ନିଃଶୁଳ୍କ ବ୍ୟବସ୍ଥା କରାଯାଇଛି । ଆଗାମୀ ଦୁଇ ଦିନ ହରିଭବନ୍ ଅନୁଷ୍ଠିତ ହେବ, ଆଜିର ଏହି ଶିବିରରେ ବିକାଶ ଶାଖାର ଆଶିଷ ଖେତାନ, କୋଷାଧ୍ୟକ୍ଷ ହେମନ୍ତ ଅଗ୍ରୱାଲ, କାର୍ଯ୍ୟକ୍ରମ ସଂଯୋଜକ ମୟଙ୍କ ଜୈନ, ଆନନ୍ଦ ମୋଟେ, ନବନୀତ ଅଗ୍ରୱାଲ, କୈଳାସ ଜୈନ ଓ ଆଲୋକ ଗୋୟଲ, ସସାଙ୍କ ଜୈନ, ନାରାୟଣ ଜିନ୍ଦଲ, ଆଜାଦ୍ ବଂଶଲ, ଦୀପକ ଜୈନଙ୍କ ସମେତ ଶାଖାର ବହୁ ସଦସ୍ୟ ଉପସ୍ଥିତ ରହି ଶିବିରର ସଫଳ ଆୟୋଜନରେ ସହଯୋଗ କରିଥିଲେ ।