
- ୬୦ରୁ ୬୩ ପ୍ରତିଶତକୁ ବଢ଼ିଲା ଡିଏ, ପେନସନଭୋଗୀଙ୍କ ଟି.ଆଇ. ମଧ୍ୟ ବଢ଼ିଲା
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତା (ଡିଏ)ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୃଦ୍ଧି ସମ୍ପର୍କରେ ଘୋଷଣା କରିବା ପରେ ସରକାରୀ କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ବୃଦ୍ଧି ପାଇ ୬୩ ପ୍ରତିଶତରେ ପହଞ୍ଚିଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । କର୍ମଚାରୀମାନେ ନଭେମ୍ବର ମାସର ଦରମା ସହିତ ବର୍ଦ୍ଧିତ ଭତ୍ତାର ଅର୍ଥ ପାଇବେ । ସେହିପରି ପେନସନଭୋଗୀଙ୍କ ପାଇଁ ମଧ୍ୟ ଟି.ଆଇ. (ମହଙ୍ଗା ରିଲିଫ୍)ରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ନଭେମ୍ବର ମାସର ପେନସନ ସହିତ ବର୍ଦ୍ଧିତ ଟି.ଆଇ. ପାଇବେ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ସାଢ଼େ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ମହଙ୍ଗା ଦରଦାମ ବୃଦ୍ଧି ମଧ୍ୟରେ ସରକାରଙ୍କ ଏହି ଘୋଷଣା କର୍ମଚାରୀ ଓ ପେନସନଭୋଗୀଙ୍କୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିବ ।