jayashree

୧୬ ଦଫା ଦାବି ନେଇ ଗାଙ୍ଗପୁର ମଜଦୂର ମଂଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (କେପିଏନ୍‌ଏସ୍‌) : ୧୬ ଦଫା ଦାବି ନେଇ ରାଉରକେଲା ଗାଙ୍ଗପୁର ମଜଦୂର ମଂଚ ପକ୍ଷରୁ ରାଉରକେଲା ବିର୍ସା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗାଙ୍ଗପୁର ମଜଦୁର ମଂଚର ସାଧାରଣ ସମ୍ପାଦକ ଗୋପାଳ ଦାସଙ୍କ ନେତୃତ୍ୱରେ ଶତାଧିକ ଗାଙ୍ଗପୁର ମଜଦୁର ମଂଚର କର୍ମୀ ବିଶ୍ରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଦାବିଗୁଡିକ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନା ୩୯ ମାସର ଏରିଅର ପ୍ରଦାନ, ଗ୍ରାଚ୍ୟୁଇଟି ଉପରେ ସର୍ବାଧିକ ସୀମା ଉଚ୍ଛେଦ, ପରିଚାଳନା ସମିତି ଦ୍ୱାରା ମନମୁଖୀ ନିର୍ଦ୍ଦେଶ ପ୍ରତ୍ୟାହାର । ଦୀର୍ଘ ୪ ବର୍ଷ ଧରି ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ନିଯୁକ୍ତି ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଗାଙ୍ଗପୁର ମଜଦୁର ମଂଚର ସଭାପତି ତଥା ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ । ଏଥିସହିତ ସେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଖୁବ୍ ଶୀଘ୍ର ସ୍ଥାନୀୟ ଆଦିବାସୀଙ୍କ ଜମି ଅଧିଗ୍ରହଣ କରିଥିବା ରାଉରକେଲା ଇସ୍ପାତ କାରଖାନା ମ୍ୟାନେଜମେଣ୍ଟ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ଏ ସମ୍ପର୍କରେ ନିଜ ସ୍ତରରେ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ବିଧାୟକ ରୋହିତ ଜୋସେଫ ତିର୍କୀ । ସେହିପରି ବର୍ତ୍ତମାନ ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ଆଦିବାସୀ ଲୋକଙ୍କ ଜମିକୁ ଜବରଦଖଲ କରି ନେବା ପରେ ପୁଞ୍ଜିପତିମାନଙ୍କୁ ଟେକିଦେଉଛନ୍ତି ବୋଲି ସିଧା ସଳଖ ଭାବେ ଅଭିଯୋଗ କରିଛନ୍ତି ଗାଙ୍ଗପୁର ମଜଦୁର ମଂଚର ସାଧାରଣ ସମ୍ପାଦକ ଗୋପାଳ ଦାସ । ସେ କହିଛନ୍ତି ଯେ, ଏ ସରକାର ହେଉଛନ୍ତି ପୁଞ୍ଜି ପତିମାନଙ୍କ ପାଇଁ କାମ କରୁଥିବା ସରକାର । ଏହି ବିକ୍ଷୋଭ ପ୍ରଦର୍ଶନରେ ଗାଙ୍ଗପୁର ମଜଦୁର ମଂଚର ସାଧାରଣ ସମ୍ପାଦକ ଗୋପାଲ ଦାସ, କାର୍ଯ୍ୟକାରୀ ସଭାପତି ମାଙ୍ଗେ ଏକ୍କା, ଉପସଭାପତି ବାସିଲ ଏକ୍କା, ଥମାସ୍ ଟପ୍ପୋ, ସରୋଜିନୀ ଟପ୍ପୋ, ବିଷ୍ଣୁ ମହାନ୍ତ, ସମ୍ପାଦକ ପରମେଶ୍ୱର କମାତ, ରାଜୁ ବଡାଇକ, ଆନନ୍ଦ ଟପ୍ପୋ, ଶ୍ରୀହରି ମୁଗୁରୀ, ଏସ୍ ଭେଙ୍ଗରା, ରୋହିଦାସ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.