jayashree

ଭଗବାନ ବିର୍ସାମୁଣ୍ଡା ଜନ ଜାତୀୟ ଗୌରବ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥିତ ପିଏମ୍‌ଶ୍ରୀ ସରକାରୀ ଏସ୍‌ଏସ୍‌ଡି ନୃସିଂହନାଥ ହାଇସ୍କୁଲ ପରିସରରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜନ ଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଅବିଭାବକ, ଅବିଭାବିକାମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ବଡ ଶତପଥୀ, ମୁଖ୍ୟବକ୍ତା ପୂର୍ବତନ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁବାସ ନାୟକ, ସମ୍ମାନିତ ଅତିଥି ସ୍କୁଲ କମିଟି ଚେୟାରମ୍ୟାନ ପ୍ରତିମା କର୍ଣ୍ଣ ପ୍ରମୁଖ ଯୋଗଦେଇ ଭଗବାନ ନୃସିଂହନାଥ ଓ ଭଗବାନ ବିର୍ସାମୁଣ୍ଡାଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ସହ ଦୀପ ଜଳାଇ ପୂଜା କରିଥିଲେ । ପ୍ରାରମ୍ଭିକ ସଂଗୀତ ଗାନ ପରେ ଅତିଥିମାନଙ୍କୁ ଫୁଲତୋଡ଼ା ଦେଇ ଛାତ୍ରୀମାନେ ସ୍ୱାଗତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ ଓ ଅତିଥିମାନେ ନିଜ ନିଜ ଅଭିଭାଷଣରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସାମାଜିକ ପ୍ରତିବନ୍ଧକ ଓ ଆର୍ଥିକ ଅନାଟନ ସତ୍ତ୍ପେ ଜଣେ ବିଦ୍ୟାର୍ଥୀ ନିଜର ପରିଶ୍ରମ ବଳରେ କିପରି ଚରମ ସୀମାକୁ ପହଂଚି ପାରିବ, ଏବଂ ଅଭିଭାବକ ଅଭିଭାବିକାମାନେ କିପରି ଅସୁବିଧା ସତ୍ତ୍ପେ ନିଜ ନିଜର ପୁଅ ଝିଅଙ୍କୁ କିପରି ଦିଗଦର୍ଶନ ଦେଲେ ଭଲ ପାଠ ପଢି ମଣିଷ ହେବେ ସେନେଇ ବିଷଦ ଭାବରେ ମତବ୍ୟକ୍ତ କରିଥିଲେ ଅତିଥିମାନେ । ଶିକ୍ଷକ ବିଜୟ ଶଙ୍କର ଦେହୁରୀ ସଭା ପରିଚାଳନା କରିଥିଲେ । ଶିକ୍ଷକ ଆଶୁତୋଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀମାନେ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.