
ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମଦ୍ ଭଗବତ ଗୀତା ଉଚ୍ଚାରଣ ଓ ପ୍ରବଚନ ମଧ୍ୟମରେ ଭକ୍ତି ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ସଭାପତି ସୁଶିଲ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ କବିବର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରବକ୍ତା ଭାବେ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ଯୋଗଦେଇ ଗୀତାର ଦ୍ୱାଦଶ ତମ ଅଧ୍ୟାୟର ଉଚ୍ଚାରଣ ଓ ଏହାର ମାର୍ମିକ ତତ୍ତ୍ଵକୁ ସରଳ ଭାଷାରେ ପ୍ରବଚନ ମାଧ୍ୟମରେ ବୁଝାଇଥିଲେ । ପ୍ରତିଭା ଚୈତନ୍ୟ ତାଙ୍କ ବକ୍ତବ୍ୟରେ ନିର୍ଗୁଣର ୮ ଲକ୍ଷଣ ଅକ୍ଷର, ଅବ୍ୟକ୍ତ,ସର୍ବତ୍ରଗ୍ରମ, ଅଚିନ୍ତ୍ୟମ୍, କୁଟସ୍ୟମ୍, ଅଚଳମ୍, ଧୃବଂ, ନିତ୍ୟ ଆଦି ତଥା ନିର୍ଗୁଣ ତତ୍ୱକୁ କିପରି ଉପାସନା କରିବା, ସମସ୍ତଙ୍କର ହିତ ପାଇଁ କାର୍ଯ୍ୟ କରିବା, ସେବା ସ୍ୱଭାବ, ସଞ୍ଜମିତ ଜୀବନ, ସମତା, କୋମଳ ଚିତ୍ତ ସମ୍ପର୍କରେ ଅତି ସୁନ୍ଦର ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଏହାକୁ ଶ୍ରବଣ କରି ନିଜକୁ ଧନ୍ୟ ମନେ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ରବିନ୍ଦ୍ର ନାଥ ପାଣ୍ଡବ, ପ୍ରକାଶ କୁମାର ପଣ୍ଡା, ପାଣ୍ଡବ ବେହେରା, ଦିଗମ୍ବର ପାଢ଼ୀ, କରୁଣାକର ଗଡ଼ନାୟକ, ତ୍ରିଲୋଚନ ମହାପାତ୍ର, ସର୍ବେଶ୍ଵର ମାନସିଂହ, ନିରଞ୍ଜନ ତ୍ରିପାଠୀ, ଜ୍ୟୋତି ମହାନ୍ତି, ପ୍ରିୟମ୍ବଦା ନନ୍ଦ, ରୁଦ୍ରନାରାୟଣ ତ୍ରିପାଠୀ, ସୁରେନ୍ଦ୍ର ନାଥ ବେହେରା, ରାଜେନ୍ଦ୍ର ନାରାୟଣ ହୋତା, ବିଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।