
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରୁ ରେପିଡୋ ସେବାର ଶୁଭାରମ୍ଭ ହୋଇଛି । ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ଜରୁରୀ କାଳୀନ ପରିସ୍ଥିତିରେ ପହଞ୍ଚିବାରେ ରେପିଡୋ ସେବା ଏକ ନିର୍ଭରଯୋଗ୍ୟ ସେବା ମୁଖ୍ୟ ଅନୁଷ୍ଠାନ ଅଟେ । ସଂସ୍ଥା ପକ୍ଷରୁ କ୍ଲଷ୍ଟର ମ୍ୟାନେଜର୍ ସୌରଭ ସାମନ୍ତ (କଲିକତା) ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସେବାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଏବଂ ଏଥିରେ ନିୟୋଜିତ ହୋଇ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦକ୍ଷତା ପ୍ରତିପାଦନ କରି ଆସିଥିବା ଦକ୍ଷ ଯୁବକଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ଆର୍ଟିଷ୍ଟ ସୁଶ୍ରୀ ଯଶ୍ମୀନ୍ ସାମନ୍ତରାୟ, ଯୁବପ୍ରତିଭା ଦୁର୍ଗା ପ୍ରସାଦ ମାର୍ଥା, ଗୋବିନ୍ଦା ନାରାୟଣ, ଏରିଆ ମ୍ୟାନେଜର ସରୋଜ୍ ମାହାପାତ୍ର ପ୍ରମୁଖ ଏହାର ବିକାଶ ଦିଗରେ ସ୍ୱେଚ୍ଛାସେବୀ ରେପିଡୋଧାରୀଙ୍କୁ ବିଭିନ୍ନ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବାଇକ୍ ଟ୍ୟାକ୍ସି ମାଧ୍ୟମରେ ଜଣେ ଯାତ୍ରୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କମ୍ ସମୟରେ ଅବା କୌଣସି ଏକ ଜରୁରୀ କାଳୀନ ପରିସ୍ଥିତିରେ ବି ଯିବାକୁ ହେଲେ ଶସ୍ତା ଦରରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ସେବାର ଉପଲବ୍ଧ ରହିଛି । ଯାହାକି ବାଇକ୍ ଆରୋହୀ ମାଧ୍ୟମରେ ଅବା ଯାତ୍ରୀମାନଙ୍କ ସୁବିଧା ପାଇଁ ୩-ଚକିଆ ଅଟୋ ଏବଂ ୪-ଚକିଆ କାର୍ ବ୍ୟବସ୍ଥା ରହିଛି । ରେପିଡୋ ଅନ୍ଲାଇନ୍ ଆପ୍ରେ ବୁକିଂ କରିବା ସୁବିଧା ଉପଲବ୍ଧ ଅଛି । ଜଣେ ବ୍ୟକ୍ତି ଅବା ଘରର ପରିବାର, ଫ୍ରେଣ୍ଡ୍ ସିପ୍, ଚାକିରିଆ, ବ୍ୟବସାୟୀ, ସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ଆଦି ସବୁ ବର୍ଗର ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଜରୁରୀ କାଳୀନ ପରିସ୍ଥିତିରେ ଯିବାକୁ ହେଲେ ରେପିଡୋ ସେବା ଲୋକଙ୍କ ପାଇଁ ଶସ୍ତା, ସୁଗମ,ସୁଲଭ ଦରରେ ଯିବା, ସଫିଂ, ମାର୍କେଟିଙ୍ଗ ସ୍ଥାନାନ୍ତର କ୍ଷେତ୍ରରେ ବି ଏହି ସେବା ଉପଲବ୍ଧ ରହିଛି । ରେଳଷ୍ଟେସନ୍, ଅଫିସ୍, ବସଷ୍ଟାଣ୍ଡ, ହସ୍ପିଟାଲ୍, ଦର୍ଶନୀୟସ୍ଥାନ, ମଠ, ମନ୍ଦିର ଆଦି ପ୍ରମୁଖ ସ୍ଥାନକୁ ଯିବାରେ ରେପିଡୋ ସେବା ଏକ ନିର୍ଭରଯୋଗ୍ୟ ସେବା ଯୋଗାଇଦେଇଥାଏ ବୋଲି ସଂସ୍ଥାନ୍ ପକ୍ଷରୁ କୁହାଯାଇଛି ।