
- ମୁଖ୍ୟ ଅତିଥି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି. ଗୋପାଳ ଗୌଡ଼ା
- ଜାତୀୟ ସୂଚନା ଅଧିକାର ଅଭିଯାନର ଆବାହକ ସୁଶ୍ରୀ ଅଞ୍ଜଳି ଭରଦ୍ୱାଜ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ
ଭୁବନେଶ୍ୱର, (କେପିଏନ୍ଏସ୍) : ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତିକମିଟି ଆନୁକୂଲ୍ୟରେ ଆସନ୍ତା ୧୭ ତାରିଖ ମଙ୍ଗଳବାର ସନ୍ଧ୍ୟା ୬ ଘଟିକା ସମୟରେ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୩ତମ ଜୟନ୍ତୀ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ । ଉକ୍ତ ଉତ୍ସବରେ ଓଡ଼ିଶାର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି. ଗୋପାଳ ଗୌଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଜାତୀୟ ସୂଚନା ଅଧିକାର ଅଭିଯାନର ଆବାହକ ସୁଶ୍ରୀ ଅଞ୍ଜଳି ଭରଦ୍ୱାଜ ମୁଖ୍ୟବକ୍ତା ଭାବେ ଷଡ଼ବିଂଶତମ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିବେ । ଉକ୍ତ ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ସମ୍ମାନୀତ ଅତିଥି ଭାବରେ ଯୋଗଦେବେ । ସ୍ମୃତି କମିଟିର ସଭାପତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଏଥିରେ ସଭାପତିତ୍ୱ କରିବେ । ଉକ୍ତ ଜୟନ୍ତୀ ସଭାରେ ସମାଜସେବା ଏବଂ ସାମ୍ବାଦିକତା କ୍ଷେତ୍ରରେ ଦୁଇଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସମ୍ମାନରେ ସମ୍ମାନୀତ କରାଯିବ ।