jayashree

ଧୁବାଉଡାର ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଧୁବାଉଡାର ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୧୫ ତାରିଖ ଦିନ ଉଦ୍‌ଯାପିତ ହୋଇଥିଲା । ଧୁବାଉଡାର ଆମ୍ବେଦକର ଖେଳ ପଡିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଯୋଗଦାନ କରିଥିଲେ । ଫାଇନାଲ ଖେଳ ଏମ୍‌ଏମ୍‌ ଫିଟନେସ ଏବଂ ରବିଦା ଫାଇଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ରବିଦା ଫାଇଟର ଟ୍ରଫି ଜିତି ଥିବାବେଳେ ଏମ୍‌ଏମ୍‌ ଫିଟନେସ ରନର୍ସ ଅଫ୍‌ ହୋଇଥିଲେ । ଆଜିକାର ଏହି ଟୁର୍ଣ୍ଣମେଣ୍ଟରେ ମୁଖ୍ୟ ଅତିଥି ଭାବରେ ବିଜେପି ଯୁବନେତା ଶ୍ରୀକାନ୍ତ ଜାଲ ଓ ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ରଶ୍ମି ରଂଜନ ସାଗର ଯୋଗଦାନ କରିଥିଲେ । ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଆଭାସ ଘିବେଲା ଓ ମ୍ୟାନ ଅପ୍‌ ଦି ସିରିଜ୍‌ ମନୁ ବାଗ ଦାସ ୱାରିୟର ଦଳକୁ ପ୍ରଦାନ କରାଯାଇଥିଲା । ଆଖପାଖ ଅଂଚଳର ହଜାର ହଜାର କ୍ରୀଡାପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.