jayashree

ସଂସ୍କାର ସାଧନା ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ -୨୦୨୬

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ପ୍ରଥମ ସିବିଏସଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂସ୍କାର ସାଧନା ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ -୨୦୨୬ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶିବ ସ୍ଵରୂପ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ମେଳା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ରଛତ୍ରୀମାନଙ୍କର ମାର୍ଗଦର୍ଶକ କରିଥିଲେ । ଏଥିରେ ୭୯ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ସ୍ଥାନ ପାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିଥିଭାବେ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ରାଉତରାୟ, ଶିକ୍ଷାବିତ ପ୍ରଶାନ୍ତ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭ ଉଦ୍‌ଘାଟନ କରିବା ସହ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ବିଜ୍ଞାନ ଭିତିକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକୁ ବିଚାରପତି ମାନଙ୍କଦ୍ୱାରା ଚୟନ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ମଧ୍ୟରୁ ଜୁନିଅର ଓ ସିନିଅର ଭାବେ ସାତଟି ପ୍ରକଳ୍ପ ବ୍ଲକ୍ ସ୍ତରକୁ ମନୋନୀତ କରାଯାଇଛି । ଏହା ସବୁଜ ଶକ୍ତି ଏବଂ ପରିବେଶ ସଂରକ୍ଷଣ, ଗାଣିତିକ ମଡେଲିଂ ଏବଂ ଗଣନାତ୍ମକ ଚିନ୍ତାଧାରା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ପରିମଳ, ବର୍ଷା ଜଳ ସଂରକ୍ଷଣ, କୃଷି ଶକ୍ତି ଓ ଯାନ୍ତ୍ରିକ ଶିକ୍ଷା ଭିତିକ ପ୍ରକଳ୍ପ ଅଟେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହୋଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟଜିତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.