jayashree

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ରାଜ୍ୟସ୍ତରୀୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ବ୍ଲକରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ, ଅଙ୍କରିଆପଦର ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, ସାଧାରଣ ସମ୍ପାଦକ ହାତୀ, ସରପଞ୍ଚ ନମିତା ଖମାରୀ ବିଦ୍ୟାଳୟ ପରିଚାଳନା ଉପସଭାପତି ଜୟନ୍ତୀ ଖମାରୀ, ଆଲୁମିନି ସଭାପତି ସରୋଜ ଡାଙ୍ଗ, ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଖମାରୀ ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ତପସ୍ଵିନୀ ଦାସ ମଞ୍ଚ ପରିଚାଳନା କରିଥିଲେ । ସିଆର୍‌ସିସି ରସାନନ୍ଦ କର୍ମୀ, ଦେବେନ୍ଦ୍ର ବିଶ୍ୱାଳ, ଗିରିଶ ଚରଣ ସେଠ, ରଶ୍ମିରାଣୀ ଦାସ, ନବୀନ ଗାଏଗରିଆ, ନୈରେଦ୍ରୀ ଛାନ୍ଦ, ରଶ୍ମିତା ମେହେର, ସ୍ୱର୍ଣ୍ଣଲତା ରାଉତ, ଟୁନା ପାତ୍ର, ସରୋଜ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ସହ ସମସ୍ତ ଅଭିଭାବକ ବୃନ୍ଦ, ପରିଚାଳନା କମିଟିର ସମସ୍ତ ସଭ୍ୟ, ଛାତ୍ରଛାତ୍ରୀ ତଥା ସମସ୍ତ ପଞ୍ଚାୟତର ଗ୍ରାମବାସୀ ଯୋଗଦେଇ ସହଯୋଗ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.