
ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ଦେଓଗାଁ ବ୍ଲକର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣୀ ଜୋର, ବଡ଼ବାହାଲ ସହ ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସାମିଲ କରାଯାଇଛି । ଏହି ଅବସରରେ ଶୁକ୍ରବାର ଦିନ ଉଦ୍ଘାଟନୀ ଉତ୍ସବ ପାଳନ ହୋଇଯାଇଛି । ସାରମାଲରେ ହୋଇଥିବା କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ସାଂସଦଙ୍କ ଦେଓଗାଁ ବ୍ଲକ୍ ପ୍ରତିନିଧି ଶଶି ଭୂଷଣ ପାଣିଗ୍ରାହୀ, ବିଧାୟକ ପ୍ରତିନିଧି ସୁଶୀଲ ଚାନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ସାରସମାଲ ସରପଞ୍ଚ ଗୋପାଳକୃଷ୍ଣ ବାଗ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଜପତି ରଣା ଦେଓଗାଁ ଏବିଇଓ କବିରାଜ ମାଝୀ, ସାରସମାଲ ପ୍ୟାକ୍ସ ସଭାପତି ଗୋପୀନାଥ ବାଗ ମଞ୍ଚାସୀନ ଥିଲେ । ସିଆରସିସି ଜଗଦୀଶ ପଧାନ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ଅରବିନ୍ଦ ପ୍ରଧାନ, ଜ୍ୟୋତିଲାଲ ସାହୁ, ପ୍ରଶାନ୍ତ ଗଡତ୍ୟା, ସୁଶାନ୍ତ ସାହୁ, ଜ୍ୟୋତ୍ସା ଷାଣ୍ଢ ପ୍ରମୁଖ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବଡ଼ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରପଞ୍ଚ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ରଣାଙ୍କ ସଭାପତିରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବିଡିଓ ପ୍ରୀୟରଞ୍ଜନ କୁମାର, ଅବସରପ୍ରାପ୍ତ ଶିକ୍ଷକ ଅଜିତ ମିଶ୍ର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ ଧରୁଆ ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ଶୀତାନ୍ସୁ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ନରସିଂହ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।