oom

ଆଜି ରାଜ୍ୟରେ ୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୩୪ ରହିଛି । ଆଜି ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୧, ବାଲେଶ୍ୱରରୁ ୨, ବରଗଡ଼ରୁ ୮, ଭଦ୍ରକରୁ ୧, ବଲାଙ୍ଗିରରୁ ୧, କଟକରୁ ୭, ଗଞ୍ଜାମରୁ ୧, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୨, କେନ୍ଦ୍ରାପଡାରୁ ୧, କେଉଁଝରରୁ ୧, ଖୋର୍ଦ୍ଧାରୁ ୭, କୋରାପୁଟରୁ ୨, ମୟୁରଭଞ୍ଜରୁ ୨, ନୂଆପଡାରୁ ୧, ପୁରୀରୁ ୧, ରାୟଗଡାରୁ ୨, ସମ୍ବଲପୁରରୁ ୧୨, ସୁନ୍ଦରଗଡରୁ ୫ ଓ ଷ୍ଟେଟପୁଲରୁ ୨ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୬୭୬୭ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୪୧୬୬ ଜଣ ସୁସ୍ଥ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.