jayashree

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଖଲିଆଭଟା ଏସ୍‌ଏସ୍‌ଡି ବିଦ୍ୟାଳୟ ରଙ୍ଗମଞ୍ଚରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ୧୨ଟି କ୍ଲଷ୍ଟରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ସହିତ ସମସ୍ତ କ୍ଲୁଷ୍ଟରର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ବିଇଓ ମହେଶ କୁମାର ଭାଟି ସଭାପତିତ୍ୱ କରିଥିବା ବେଳେ ବିଡିଓ ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଅଙ୍ଗଦ ମାଝୀ, ବରିଷ୍ଠ ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା, ଅଶ୍ରଫ ଅଲ୍ଲୀ, ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ପ୍ରଧାନ, ବିକ୍ରମ ସିଂମାଝୀ, ଏବିଇଓ ମାଧବ ଚନ୍ଦ୍ର ପଣ୍ଡା, ଲଳିତ ମୋହନ ନାଏକ, ଶ୍ରୀମନ୍ତ ଧରୂଆ, ସଞ୍ଜୀବ କୁମାର ପାଢ଼ୀ ପ୍ରମୂଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଅଧ୍ୟକ୍ଷତା କରି ଥିବାବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପ୍ରତିଭାର ବିକାଶ ପାଇଁ ଏହା ଏକ ସାମୂହିକ ମଞ୍ଚ ବୋଲି ବର୍ଣ୍ଣନା କରିଥିଲେ । ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ତହସିଲଦାର ଦୀପ୍ତି ରେଖା ବାଗ, ଶିକ୍ଷକ ସଂଘ ସଭାପତି ପ୍ରମୋଦ କୁମାର ଠାକୁର, ଅବସର ପ୍ରାପ୍ତ ଏବିଇଓ ସୁରେନ୍ଦ୍ର ମୋହନ ଯୋଶୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ଏବିଇଓ ମାଧବ ଚନ୍ଦ୍ର ପଣ୍ଡା, ଲଳିତ ମୋହନ ନାଏକ, ରୂପକ କୁମାର ସାହୁ, କୁମୁଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ ଅନନ୍ତ ନାରାୟଣ ପଣ୍ଡା, ଶିକ୍ଷୟିତ୍ରୀ ପ୍ରିୟଙ୍କା ଶୁକ୍ଲା ମଞ୍ଚ ପରିଚାଳନା କରିଥିଲେ । ସଂସ୍କୃତିକ ପ୍ରତିଯୋଗିତାରେ ଏସ୍‌ଏସ୍‌ଡି ଖଲିଆଭଟାର ଛାତ୍ରୀମାନେ ପ୍ରଥମ ପୁରସ୍କାର ପାଇ ଜିଲ୍ଲା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ ।

Leave A Reply

Your email address will not be published.