ବାଇକ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତର ରାଇଖୋଲ ଠାରେ ବାଇକ୍ ଦୁର୍ଘଟଣାରେ ଜନୈକ ଶିକ୍ଷକ ବାଦଲ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ସୂଚନା ପ୍ରକାରେ ବାଦଲ କୌଣସି କାର୍ୟ୍ୟରେ ଖଜୁରୀପଡ଼ା ଯାଇ ରାତି ୯ଟାରେ ନିଜଘର କଲାଡିକୁ ବାଇକରେ ଫେରୁଥିବା ବେଳେ ରାଇଖୋଲ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାଦଲ ଘଟଣା ସ୍ଥଳରେ ମୁହଁମାଡି ପଡିଥିଲେ । କିଛି ସ୍ଥାନୀୟ ଲୋକ ପହଂଚି ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ବାଦଲ ଜାଣିମେଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ୟ୍ୟରତ ଥିଲେ । ତାଙ୍କର ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.