୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦରେ ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୧-୨୨ ଆଗତ

ଭୁବନେଶ୍ୱର : ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦରେ ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୧-୨୨ ଆଗତ ହୋଇଛି । ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ ଉପସ୍ଥାପନ କରୁଥିବା ବେଳେ ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଚଳିତ ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପ୍ରଶାସନିକ ବ୍ୟୟ ଅଟକଳ ବାବଦକୁ ୮୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି କାର୍ୟ୍ୟକ୍ରମ ବ୍ୟୟ ପାଇଁ ୭୫ ହଜାର କୋଟି, ବିପର୍ୟ୍ୟୟ ପ୍ରଶମନ ବ୍ୟୟ ୩ ହଜାର ୫୦ କୋଟି, ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ପାଇଁ ୬,୯୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Leave A Reply

Your email address will not be published.