
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଶୁର୍ଲା ଆଞ୍ଚଳିକ ସାଧନ କେନ୍ଦ୍ରର ସୁରଭି ୨୦୨୬ ସରକାରୀ ପ୍ରାଥମିକ ବିଦ୍ୟାଳୟ ମନିଗାଁ ଠାରେ ମହାସମାରୋହରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଶୁର୍ଲା କ୍ଲଷ୍ଟରର ସିଆରସିସି ହରପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁଚରଣ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଜୟନ୍ତୀଲାଲ ସାହୁ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଭୈରବ ବାରିକ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ମନିଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲୀଳାବତୀ ଭୋଇ, ସମାଜସେବୀ ମୋହନ ମାଝୀ, ଟିକେ ପୁଟେଲ, ଦେବେନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ହେଉଛି ଶିଶୁ ପ୍ରତିଭାର ଏକ ସୁନ୍ଦର ମଞ୍ଚ । ସୁରଭି କାର୍ଯ୍ୟକ୍ରମ ହେଉଛି ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ଅନନ୍ୟ ପ୍ରୟାସ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟ, ସଙ୍ଗୀତ, ବକ୍ତୃତା ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା, ନେତୃତ୍ୱ ଓ ପ୍ରତିଯୋଗିତାର ମନୋଭାବ ବିକଶିତ କରିବାର ଏକ ଉତ୍ତମ ମାଧ୍ୟମ । ଏଭଳି ପ୍ରୟାସ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ସହ ଆମ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଥାଏ । ଶିଶୁଙ୍କ ପ୍ରତିଭାର ବିକାଶ, ସୁରଭିର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ଶିଶୁର ପ୍ରତିଭାକୁ ସମ୍ମାନ ଦେବା ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ସହଯୋଗ କରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ବିଶ୍ୱାଳ ସଭାମଞ୍ଚ ପରିଚାଳନା କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ରର ୧୨ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସନ୍ତୋଷ ପୁଞ୍ଜି, ଗଜିନ୍ଦ୍ର ତାଣ୍ଡି, ଗଣେଶ୍ୱର ପ୍ରଧାନ, ବରୁଣ କୁମାର ବାରିକ, ଯୋଗୀଚନ୍ଦ୍ର ବିଶି, ଭୀଷ୍ମ ଶଙ୍କର ଭୋଇ, ଦେବଦତ୍ତ ସାହୁ, ଅର୍ଜୁନ ସାହୁ, ସ୍ୱରୂପ କୁମାର ଦାସ, ସୁଶାନ୍ତ କୁମାର ବେହେରା, ସଂଘମିତ୍ରା ଛାଟୋଇ, ଅରୁଣ କୁମାର ମାଝୀ, ନରହରି ତାଣ୍ଡି, ଜୟକୃଷ୍ଣ ମେହେର, ରୂପଧର ସାହୁ, ରାକେଶ ଝାଙ୍କର, ଲିଲିମଣି ମାଝୀ, ରଶ୍ମିରେଖା ମେହେର, ରଶ୍ମିତା ସାହୁ, ମିନାକ୍ଷୀ ଦାସ, ତ୍ରିଲୋଚନ ବେହେରା, ରତ୍ନବାଲା ମହାନନ୍ଦ, ତେଜସ୍ୱିନୀ ହୋତା ପ୍ରମୁଖ ଯୋଗ ଦେଇଥିଲେ । ମାହି ହଂସ ଡ୍ୟାନ୍ସ ଗୃପ କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସୁରଭି କାର୍ଯ୍ୟକ୍ରମ ରେକର୍ଡ ସୃଷ୍ଟି କରିଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶହଶହ ଦର୍ଶକ ଉପଭୋଗ କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।