jayashree

ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ସେବା ସଙ୍କଳ୍ପ ଅଭିଯାନରେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ‘ସେବା ସଙ୍କଳ୍ପ ଅଭିଯାନ–୨୦୨୬’ ଆୟୋଜିତ ହୋଇଛି । ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାରା ରାଜ୍ୟରେ ଆୟୋଜିତ ହେଉଥିବା ଏହି ଅଭିଯାନର ଅଂଶ ଭାବେ ‘ନମୋ ସେବା ଗାଥା’ ଶୀର୍ଷକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ନାଟକ ମାଧ୍ୟମରେ ସେବା, ସଚେତନତା, ସାମାଜିକ ଦାୟିତ୍ୱ ଓ ଜନକଲ୍ୟାଣର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଯୁବପିଢ଼ିଙ୍କୁ ସମାଜ ପ୍ରତି ନିଜର ଦାୟିତ୍ୱ ତୁଲାଇବାକୁ ଆହ୍ୱାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ୨୫ ବର୍ଷ ଶାସନ କାଳର କାର୍ଯ୍ୟଦକ୍ଷତା ଗୁଜୁରାଟ ମୁଖ୍ୟମନ୍ତ୍ରୀ ଠାରୁ ଭାରତର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ବିକାଶ ଗାଥା । ବେତାର କଣ୍ଠଶିଳ୍ପୀ ରେଣୁରଂଜନ ବାଗଙ୍କ ପରିଚାଳନାରେ କଳାକାର – ସୁଧାକର ସାହୁ, ଗଗନ ସୁନା, ରୋହିତ ସୁନା, ଦିଲୀପ ସୁନା, ଗୁପ୍ତେ ସୁନା, ଲକ୍ଷ ସୁନାନୀ, କୁନୁ ନିଆଁଲ, ଉଦୟ ବାରିକ, ସବିତା ରାଉତ, ସଞ୍ଜୁ ତାଣ୍ଡି, ଉପାସି ସୁନାନୀ, ବରିଷ୍ଠ କଣ୍ଠଶିଳ୍ପୀ କମଳା ତାଣ୍ଡିଙ୍କ ସହ ବହୁ କଳାକାରମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.