
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡ୍ରିମ୍ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଦାଣ୍ଡିଆ ନାଇଟ୍-ସୋ ଆୟୋଜିତ ହୋଯାଇଛି । ଡ୍ରିମ୍ ଡ୍ୟାନ୍ସ ଏକାଡେମୀର ନିର୍ଦ୍ଦେଶକ ପୂର୍ଣ୍ଣଜୟ ଜେନାଙ୍କ ପରିଚାଳନାରେ ଏହି ଦାଣ୍ଡିଆ ନାଇଟ୍ ସୋ ରେ ପ୍ରାୟ ୧୨ ଶହ ମହିଳା ଏବଂ ୪୦ ରୁ ଅଧିକ ପୁରୁଷ ବନ୍ଧୁ ଅଂଶଗ୍ରହଣ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ । ଯୁବକ-ଯୁବତୀ ଓ ମହିଳା ମାନେ ଭିନ୍ନ ଭିନ୍ନ ଧରଣର ରଙ୍ଗବେରଙ୍ଗ ପୋଷାକ ଓ ଶାଢି, ଲେହେଙ୍ଗା ପରିଧାନ କରି ଦାଣ୍ଡିଆ ନୃତ୍ୟରେ ସାମିଲ ହୋଇ ଆଧୁନିକ ଡିଜେ ଯନ୍ତ୍ର ଶବ୍ଦ ଧ୍ୱନିରେ ପରସ୍ପର ନାଚି ନାଚି ଝୁମିଲେ । ଏଥିରେ ଯୁବପୀଢ଼ିଙ୍କୁ ଅସୁମାରୀ ଉତ୍ସାହ ଆନନ୍ଦ ଦେଇଥିଲା । ଏକ ରଙ୍ଗୀନ ଉତ୍ସବସ୍ଥଳୀରେ ପବିତ୍ର ଶାରଦୀୟ ନବରାତ୍ରୀ ପର୍ବ ପାଳନ ପ୍ରଥମ ରଜନୀ ଅବସରରେ ଆୟୋଜିତ ଦାଣ୍ଡିଆ ନାଇଟ୍ ସୋ- ଛତ୍ରପୁର ପୌରାଞ୍ଚଳକୁ ଆଶ୍ଚର୍ଯ୍ୟ କରିଥିଲା । ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାହିତ ହୋଇଥିବା ଦାଣ୍ଡିଆ ନାଇଟ୍ ସୋ ଖୁବ୍ ଆଡ଼ମ୍ବର ପୂର୍ଣ୍ଣ ଥିଲା । ସଭିଁଏ ପୁଣି ଆଗମୀ ବର୍ଷ ପାଇଁ ଭେଟିବା ଆଶା କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି ଦାଣ୍ଡିଆ ନାଇଟ୍-ସୋର ଶୁଭାରମ୍ଭ କରିଥିଲେ । ସମାଜସେବା ଦୀପକ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଆୟୋଜକ ଓ ଉଦ୍ୟାକ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ସିଇଓ ଏସ. ଆନନ୍ଦ ରମଣ, ମେଡିକାଲ ଡାଇରେକ୍ଟର ସ୍ମିତାକ୍ରିଷ୍ଣା ମୂର୍ତ୍ତି, ଅପରେସନ ମ୍ୟାନଜର ଦେବାଶିଷ ଦାଶ, ୟୁଥ୍ ମାସ ସେବା ସଂଘର ସମ୍ପାଦକ ସୟେଦ ମୁକ୍ତାର, ଯୁବ ଜ୍ୟୋତିଷ ଶାସ୍ତ୍ର ବିତ୍ ଦୀପକ କୁମାର ଦାଶ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମର ସାଫଲ୍ୟ ମଣ୍ଡିତ କରିଥିଲେ ।