jayashree

ମହାଳୟାରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ : ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତିର ବିଶ୍ୱାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ମହାଳୟା । ଏହି ଦିନ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି । ସବୁବେଳେ ମା’ ସିନ୍ଦୁରବର୍ଣ୍ଣା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ମହାଳୟା ଦିନ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାଆନ୍ତି । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା ଗୟାରେ ସ୍ନାନ କରିବାର ନୀତି ନିୟମ ରହିଛି, ହେଲେ ଯେଉଁମାନେ କୌଣସି କାରଣ ଯୋଗୁଁ ଗଙ୍ଗା, ଗୟା ଯାଇପାରନ୍ତିନାହିଁ ସେମାନେ ପିତୃପୁରୁଷ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରି ସମାନ ଫଳ ପାଇବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ।

Leave A Reply

Your email address will not be published.