
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ଗ୍ରାମ ପଞ୍ଚାୟତ କୁଲାଣ୍ଟି ଗ୍ରାମର ବରିଷ୍ଠ ବ୍ୟକ୍ତି ନୁରାଧନ ଭୋଇଙ୍କ ୮୦ ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଯାଇଛି । ନୁରାଧନ ଭୋଇ ଜଣେ ମେଳାପୀ, ମିଷ୍ଟଭାଷୀ ଓ ସମାଜସେବୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ସେ ସବୁବେଳେ ଲୋକଙ୍କ ସହ ଯୋଡ଼ି ହୋଇ ରହିବା ସହ ଜନସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ । ସେ କଂଗ୍ରେସ ଦଳର ଜଣେ ଦୃଢ଼ ସମର୍ଥକ ଥିଲେ । ତାଙ୍କ ବିୟୋଗରେ କୁଲାଣ୍ଟି ଗ୍ରାମ ସମେତ ପଦ୍ମପୁର, ପାଇକମାଲ ଓ ଲଖମରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ନୁରାଧନ ଭୋଇଙ୍କ ପୁତ୍ର ଅକ୍ଷୟ କୁମାର ଭୋଇ, କମଳାକାନ୍ତ ଭୋଇ ଓ ଝସକେତନ ଭୋଇଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଏହି ଦୁଃଖଦ ଘଟଣାରେ ମର୍ମାହତ ହୋଇଛନ୍ତି । ନୁରାଧନଙ୍କ ବଡ ପୁଅ ଅକ୍ଷୟ କୁମାର ଭୋଇ ମୁଖଗ୍ନୀ ଦେଇଥିଲା ।