jayashree

ଧର୍ମପରାୟଣା ମହିଳା ଚନ୍ଦ୍ରବଦନୀଙ୍କ ଏକାଦଶାହ ଉତ୍ସବରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଧର୍ମପରାୟଣ ତଥା ପରୋପକାରୀ ମହିଳା ସ୍ୱର୍ଗତ ଚନ୍ଦ୍ରବଦନୀ ରଣଜିତଙ୍କ ଏକାଦଶାହ ଉତ୍ସବ ଅବସରରେ ଶୋକାକୁଳ ପରିବେଶରେ ସ୍ମୃତିଚାରଣ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ସାଉରିଆ ଗ୍ରାମସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ମଙ୍ଗଳବାର ଏହି କାର୍ଯ୍ୟକ୍ରମ ହୋଇଥିଲା । ସ୍ୱର୍ଗତ ଚନ୍ଦ୍ରବଦନୀ ଜଣେ ସାହସୀ, ଧର୍ମପରାୟଣ, ମେଳାପୀ ଓ ପରୋପକାରୀ ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ଏକାଦଶାହ ଅବସରରେ ପରିବାରବର୍ଗ, ବନ୍ଧୁବାନ୍ଧବ, ଗ୍ରାମବାସୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ । ଶୋକାକୁଳ ପରିବେଶରେ ବଡ଼ ପୁଅ ବୀର ଓରଫ ମିଟୁ, ମଝିଆ ପୁଅ ପୀତବାସ, ସାନ ପୁଅ ଅଶୋକ ଏବଂ ଝିଅ ପାର୍ବତୀଙ୍କ ସମେତ ପରିବାର ସଦସ୍ୟମାନେ ସ୍ୱର୍ଗତ ଚନ୍ଦ୍ରବଦନୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାସହ ଝିଅ-ଜୋଇଁ, ପୁଅ-ବୋହୂ, ଭଣଜା-ଭାଣଜୀ, ପୁତୁରା, ନାତି-ନାତୁଣୀ ଓ ଆତ୍ମୀୟସ୍ୱଜନ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ବିୟୋଗରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ, ଉପସ୍ଥିତ ସମସ୍ତେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Leave A Reply

Your email address will not be published.