jayashree

‘ସେବା ସେତୁ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ନୂଆଗାଁ ବ୍ଲକରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅଧୀନରେ ‘ସେବା ସେତୁ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା ଓ ପୂର୍ବତନ ବିଧାୟକ ଶଙ୍କର ଓରାମ, ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଯୋଗଦେଇ ବିଭିନ୍ନ ଆଇଇସି ଷ୍ଟଲ ପରିଦର୍ଶନ କରିବା ସହ ଏସ୍‌ଏଚ୍‌ଜି ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ହିତାଧିକାରୀଙ୍କୁ ଟ୍ରାଇସାଇକେଲ, ରାସନ କାର୍ଡ, ଶ୍ରମ କାର୍ଡ, ଶ୍ରବଣ ଯନ୍ତ୍ର, ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଇଥିଲା । ଏଥିସହ ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ଚାଷୀମାନଙ୍କୁ ସବ୍‌ସିଡିରେ ଟ୍ରାକ୍ଟର, ଛାତ୍ରଛାତ୍ରୀଙ୍କୁ ସହାୟତା ରାଶି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ସଂଯୋଗରେ ଋଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆଗାଁ ବିଡିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.