
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କଁସିଲ ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଁସିଲ ବିକାଶ ଯୁବା ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ମା’ ସମଲେଇଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଆୟୋଜକ କମିଟିର ସଭାପତି ହେମରାଜ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରାଜୀବ ସଗରିଆ, ସମ୍ମାନିତ ଅତିଥି – ମୁରିବାହାଲ ଏବିଇଓ କୋଦଣ୍ଡଧର ଭୋଇ, କଁସିଲ ସରପଞ୍ଚ ବେଦମତି ବର୍ଗେ, ସମିତି ସଭ୍ୟ ପ୍ରତିନିଧି ଦିବାକର ବାଗ, ମୁଣ୍ଡପଦର ପୂର୍ବତନ ସରପଞ୍ଚ ଜଳଧର ମେହେର, ମୁଣ୍ଡପଦର ପୂର୍ବତନ ସରପଞ୍ଚ ଚନ୍ଦ୍ରକାନ୍ତି ଭୋଇ, କଁସିଲ ଗ୍ରାମ ପଂଚାୟତ ପୂର୍ବତନ ସରପଞ୍ଚ ବିନୋଦିନୀ ଭୋଇ, ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା, ମୁଣ୍ଡପଦର ସମିତିସଭ୍ୟ ନୀଳକଣ୍ଠ ବାରିକ, ଝରିଆଲ ସରପଞ୍ଚ ଭାରଦ୍ୱାଜ ଗହୀର, ବିଧାୟକଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ବସନ୍ତ ମେହେର, ଅର୍ଶାତୁଲା ସମିତି ସଭ୍ୟ ବଂଶୀଧର ବାଗ, ସିନ୍ଧେକେଲା ଥାନା ଏଏସ୍ଆଇ ରଂଜିତ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବର ପର୍ବ ନୁହେଁ, ଏହା ମାଟି, କୃଷି, ସଂସ୍କୃତି ଓ ନୈତିକ ସମ୍ବନ୍ଧର ଗୋଟିଏ ପବିତ୍ର ଉତ୍ସବ । ଏହି ପର୍ବ ଆମ କୃଷିପ୍ରଧାନ ସମାଜର ଭାତୃତ୍ୱ ଓ ଏକତାର ସୂତ୍ରକୁ ଅତୁଟ ଭାବେ ବାନ୍ଧି ରଖିଛି ନୂଆଖାଇ ଭେଟଘାଟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କଁସିଲ ବିକାଶ ଯୁବା ମଞ୍ଚ ପ୍ରତିଷ୍ଠାତା କେକୀ ସିଂ ଭୋଇ ଓ ନରେଶ ଦେହୁରୀ ସଭା ପରିଚାଳନା କରିଥିଲେ । କଁସିଲ ବିକାଶ ଯୁବା ମଞ୍ଚ ସମ୍ପାଦକ ଜାତେକଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ପ୍ରାଚୀ ପାଣିଗ୍ରାହୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଅଞ୍ଚଳର ବିଭିନ୍ନ ପ୍ରତିଭାଧାରୀ ଉପେନ୍ଦ୍ର ଭୋଇ, କୌତୁକ ଭୋଇ, ରମେଶ ଭୋଇ, ଗୋପାଳ ମେହେର, ଲକ୍ଷ୍ମୀଧର ମେହେର, ଲିଙ୍ଗରାଜ ମେହେର, ଧର୍ମୁ ମେହେର, ପ୍ରକାଶ ଜାଲ, କିରଣ ମେହେର, ଦିହାରୀ ସାହୁ, ହୁଲେଶ୍ୱର ହଂସ, ଅନିଲ ତ୍ରିପାଠୀ, ରଶ୍ମିରଞ୍ଜନ ପୁଟେଲ, ଯୁବରାଜ ମାଝୀ, ଦିନେଶ ତାଣ୍ଡି, ଜୟନ୍ତ ସାହୁ, ତ୍ରିନାଥ ସାହୁ, ଅନନ୍ତ ବାଗ, ଉମେଶ ବେହେରା, ରମେଶ ବାରିକ, ଜୟନ୍ତ ସାହୁ, ଜ୍ୟୋତିଷ ମେହେର, ନରେଶ ଦେହୁରୀ, ରଞ୍ଜିତ ପ୍ରଧାନ, ଖଗେଶ୍ୱର ବାଗ ପ୍ରମୁଖଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ, ସ୍ମୃତି ଫଳକ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ତୁଷରା ସାନବଡ ଘୁଡୁକାବାଲା, ଟିଟିଲାଗଡ଼ ନ୍ୟୁ ଲାଇଫ ଡାନ୍ସ ଗ୍ରୁପ, ଖୁସି ୟାଦବ, ଖଗେଶ୍ୱର ବାଗ, ବିଜୟ ଛୁରା, ସଂଜୀବ, ବିଶ୍ୱନାଥ ଜାଲଙ୍କ ଗୀତ ଓ ନାଚରେ ଦୀର୍ଘ ସମୟ ଧରି ଦର୍ଶକ ମାନେ ଉପଭୋଗ କରିଥିଲେ । ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ଉପଭୋଗ କରିଥିଲେ ।