ଦୟା ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଜନ ଅସନ୍ତୋଷ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଶ୍ୱର୍ରେ ପ୍ରବାହିତ ଦୟାନଦୀର ଗୋପଘାଟ ଠାରେ ହେବାକୁ ଥିବା ବହୁ ପ୍ରତିକ୍ଷତ ଘୋରଡିଆ-ଯୋରକଣୀ ରାସ୍ତାକୁ ସଂଯୋଗ କରୁଥିବା ଦୟା ସେତୁ ନିର୍ମାଣରେ ବିଳମ୍ବ ଯୋଗୁଁ ସ୍ଥାନୀୟ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତିନୋଟି ବ୍ଲକ ଡେଲାଙ୍ଗ, କଣାସ, ଓ ଜଟଣ ର ପ୍ରାୟ ୪୦ଟି ମୌଜାର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ଏବଂ ଶୀଘ୍ର ସେତୁ ନିର୍ମାଣ ହେଲେ ଯାତାୟତ ସୁବିଧା ସହ ସ୍ଥାନୀୟ ଅଚଂଳର ବିକାଶ ଦ୍ୱାରା ଜନସାଧାରଣ ଉପକୃତ ହେବେ ।

ପ୍ରାପ୍ତ ସୂଚନାରୁ ଓଡିଶା ସରକାରଙ୍କ ଗ୍ରାମ୍ୟ ବିଭାଗ ପକ୍ଷରୁ ଏହି ଦୟା ସେତୁ ନିର୍ମାଣର ଭିତ୍ତି ପ୍ରସ୍ତର ତା,୧୫-୦୨-୨୦୧୪, ହୋଇଥିବା ବେଳେ ଏହାର ନିରୁପିତ କାର୍ଯ୍ୟ ଦିବସ ତା୧୮-୦୫-୨୦୧୫ ରିଖରେ ଆରମ୍ଭ ହୋଇଥିଲା । ଏହାର ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ ଦିବସ ତା୧୭-୦୫-୨୦୧୭ ହୋଇଥିବା ବେଳେ, ଇତି ମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ, ଦୁଃଖ ପରିତାପର ବିଷୟ ଏ ପର୍ଯ୍ୟନ୍ତ ସେତୁ ନିର୍ମାଣର ଅଧା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇ ପାରିନାହିଁ । ଯାହାଫଳରେ ଗମନାଗମନ ବ୍ୟାହତ ହେବା ସହ ଅଚଂଳର ବିକାଶରେ ପ୍ରତିବନ୍ଧକ ହୋଇଛି ।

ବର୍ଷାଦିନେ ନଦୀରେ ବନ୍ୟା ହେତୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିିଁଛନ୍ନ ହୋଇଥାଏ । ଏଥି ଯୋଗୁଁ ବହୁବର୍ଷ ଧରି ଦୁର୍ଦ୍ଦଶାରେ ପଥଚାରୀ, ଗର୍ଭବତୀ ମହିଳା, ସ୍କୁଲ- କଲେଜ୍‌ ଛାତ୍ରଛାତ୍ରୀ, ରୋଗୀ, ଶ୍ରମିକ ଏହି ପ୍ରାକୃତିକ ବିପର୍ଯ୍ୟ ସମୟରେ ସାଧାରଣ ଜନତା ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାର ନିର୍ମାଣରେ କତୃର୍ପକ୍ଷ ଅବହେଳା, ଅହେତୁକ ବିଳମ୍ବ ଓ ନିର୍ମାଣଶୈଳୀ କାର୍ଯ୍ୟ ସଠିକ ହେଉନଥିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ମାନ୍ୟବର ମୂଖ୍ୟମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଯଥାଶୀଘ୍ର ସେତୁ ନିର୍ମାଣକୁ ତ୍ୱରାନୀତ କରିବାକୁ ଅଚଂଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.