jayashree

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତ ବିକାଶ ପରିଷଦ ସୋନପୁର ଶାଖା ତରଫରୁ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ସୋନପୁର ଠାରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷଷ୍ଠରୁ ଦଶମ ଶ୍ରେଣୀର ଜୁନିୟର ବର୍ଗର ୭ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସିନିଅର ବର୍ଗରେ ୮ ଗୋଟି ବିଦ୍ୟାଳୟର ମୋଟ ୫୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ପରିଷଦର ସମ୍ପାଦକ ଆଶିଷ କୁମାର ଅଗ୍ରୱାଲ ସ୍ୱାଗତ ଭାଷଣ ରଖିଥିଲା ବେଳେ ମୁଖ୍ୟ ଅତିଥି ତଥା ପରିଷଦର ପର୍ଯ୍ୟବେକ୍ଷକ କ୍ଷେତ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ପ୍ରକାଶ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ନିୟମାବଳୀ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୩୧ ତାରିଖରେ ବିଦ୍ୟାଳୟ ସ୍ତରରେ ଏକ ଲିଖିତ ପରୀକ୍ଷାରେ ପ୍ରାୟ ୬୧୬୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଜିର ଭାରତ କୋ ଜାନୋ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ଓଏଭି ରଥପୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ବରିଷ୍ଠ ବର୍ଗ ଓ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତାରେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ସୋନପୁର ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ଅକ୍ଟୋବର ୧୧ ତାରିଖରେ ସମ୍ବଲପୁର ଠାରେ ଓ ୨୫ ତାରିଖରେ ଝାରସୁଗୁଡା ଠାରେ ଯଥାକ୍ରମେ ହେବାକୁ ଥିବା ପ୍ରଦେଶ ସ୍ତରରେ ଅଂଶଗ୍ରହଣ କରିବାପାଇଁ ମନୋନୀତ ହୋଇଛନ୍ତି । ଶାଖାର କୋଷାଧକ୍ଷ ଶ୍ରୀମତୀ ସୁନନ୍ଦା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ପଶ୍ଚିମ ପ୍ରାନ୍ତର ମହାସଚିବ ଦୁର୍ଯ୍ୟୋଧନ ସାହୁ, ପ୍ରାନ୍ତର ମହିଳା ସହଭାଗିତା ସଚିବ ଶ୍ରୀମତୀ ତନୁଜା ପାଢ଼ୀ, ଶାଖାର ସଭାପତି ସନ୍ତୋଷ କୁମାର ପାଢ଼ୀ, ସଂସ୍କାର ସଚିବ ଦାମୋଦର ପଣ୍ଡା, ସେବା ସଚିବ ପ୍ରମୋଦ କୁମାର ସାହୁ, ମହିଳା ସହାଭାଗିତା ସଚିବ ଶ୍ରୀମତୀ ପ୍ରତିମା ରଥ, ପର୍ଯ୍ୟାବରଣ ସଚିବ ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଶିଷ୍ଟ ସଂଗୀତ ନିର୍ଦେଶକ ଚୌଧୁରୀ ବିଭାର, ସୁର ସରିତା ସଂଗୀତ ବିଦ୍ୟାଳୟର ମୁଖ୍ୟ ସରିତା ମେହେର ଓ ଶ୍ରୀମତୀ ତନୁଜା ପାଢ଼ୀ ସମୂହଗାନ ପ୍ରତିଯୋଗିତାର ବିଚାରକ ଭାବରେ ନିଯୁକ୍ତ ହୋଇଥିଲେ । ଭାରତ ବିକାଶ ପରିଷଦର ସମସ୍ତ ସଦସ୍ୟ ସଦସ୍ୟା ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ଅଧକ୍ଷ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସକ୍ରିୟ ସହାଭାଗିତାରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୁଇଜ ମାଷ୍ଟର ଭାବରେ ଅବସର ପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ କଳ୍ପନା ମିଶ୍ର, ଶ୍ରୀମତୀ ରାଜେଶ୍ୱରୀ କର, ଅଧ୍ୟାପକ ମଦନ ସୁନ୍ଦର ଖେତି, ଅଧ୍ୟାପକ ରାଜେନ୍ଦ୍ର ରଣା, ଅଧ୍ୟାପକ ଦେବାଶିଷ ପ୍ରଧାନ, ଅଧ୍ୟାପକ ସୁଦାମ ଦୀପ, ଅଧ୍ୟାପକ କ୍ଷୀରୋଦ କୁମାର ମେହେର, କବିତା ପଧାନ, ଜ୍ୟୋତି ପାତ୍ର ସହଯୋଗ କରିଥିଲେ । ଶେଷରେ ସୁନନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.