jayashree

ବାରିପଦା କଳାକାର ପରବାରର ସାଧାରଣ ପରିଷଦ ବୈଠକ

  • ‘ବାରିପଦା କଳାକାର ପରିବାର ସମ୍ମାନ’ରେ ସମ୍ମାନିତ ହେଲେ ବରିଷ୍ଠ ନାଟ୍ୟଶିଳ୍ପୀ ଚିନ୍ମୟ ଦାସ ପଟ୍ଟନାୟକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର ପରିବାରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିବାରର ସଭାପତି ସନ୍ତୋଷ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ଡ. ପ୍ରକାଶ ଚନ୍ଦ୍ର ଦାଶ ଓ ଓ କୋଷାଧ୍ୟକ୍ଷ ରଣଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ୨ୟ ଜାତୀୟ ନାଟ୍ୟ ମହୋତ୍ସବରେ ପରିବାରର ସଦସ୍ୟ ମାନଙ୍କର ଭୂମିକାକୁ ପ୍ରଶଂସା କରାଯିବା ସହ ନାଟ୍ୟ ଆନ୍ଦୋଳନକୁ ଆହୁରି ଗତିଶୀଳ କରିବା ଉପରେ ଆଲୋକପାତ କରିଥିଲେ । ବୈଠକରେ ଡ. କୁମାରମଣି ନାୟକ, ଯୁଗ୍ମ ସମ୍ପାଦକ ଜ୍ଞାନରଞ୍ଜନ ପଣ୍ଡା, ପ୍ରୟାସ କୁମାର ଶତପଥୀ, ଚିନ୍ମୟ କୁମାର ଦାସ ପଟ୍ଟନାୟକ, ୭୫ ବାସ୍ତବ ପରିବାରର ସଭାପତି ଶାନ୍ତନୁ କୁମାର ପାଢ଼ୀ ଓ ଅଭିନେତ୍ରୀ ଦୀପ୍ତିସ୍ମିତା ସାହୁ ପ୍ରମୁଖ ଦ୍ୱିତୀୟ ଜାତୀୟ ନାଟ୍ୟ ମହୋତ୍ସବର ଅନୁଭୂତି ଓ ଭବିଷ୍ୟତ ନାଟ୍ୟଚର୍ଚ୍ଚା ସମ୍ପର୍କରେ ମତ ରଖିଥିଲେ । ବାରିପଦାରେ ନୂଆ ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଉତ୍ସାହିତ ଓ ପ୍ରଶିକ୍ଷିତ କରିବା ଦିଗରେ ସଂଗଠନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସର୍ବସମ୍ମତିରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବାରିପଦାର ନାଟ୍ୟଜଗତର ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ତଥା ଦ୍ୱିତୀୟ ଜାତୀୟ ନାଟ୍ୟ ମହୋତ୍ସବର ସଂଯୋଜକ ଚିନ୍ମୟ କୁମାର ଦାସ ପଟ୍ଟନାୟକଙ୍କୁ “ବାରିପଦା କଳାକାର ପରିବାର ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଏଥିସହ ‘ଯୁଗେଚ୍ଛା ନାଟ୍ୟ ସଂସ୍ଥା’ର ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତିଙ୍କୁ ‘ଶେଷରେ ଧର୍ମ କହିଲା’ ନାଟକ ଏବଂ ‘ତାପରେ ଆମେ’ ନାଟ୍ୟ ସଂସ୍ଥାର ନିର୍ଦ୍ଦେଶକ ପ୍ରୟାସ ଶତପଥିଙ୍କୁ ‘ସୁରେନ୍ଦ୍ର ସାଏଙ୍କ ନିଶା’ ନାଟକର ସଫଳ ପ୍ରଯୋଜନା ପାଇଁ ସମ୍ମାନିତ କରାଯାଇଥିଲା । ଏହି ଦୁଇ ସଂସ୍ଥା ବାରିପଦା କଳାକାର ପରିବାର ଅଂଶୀଦାର ସଦସ୍ୟ ହେବାକୁ ଇଛା ପ୍ରକାଶ କରିଥିଲେ ଏବଂ ତାହା ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଗ୍ରହଣ କରାଗଲା ବୋଲି ସଭାପତି ଘୋଷଣା କଲେ । ସଭାରେ ଅଭିନେତ୍ରୀ ଦୀପ୍ତିସ୍ମିତା ସାହୁଙ୍କ ସମେତ ଅଭିନେତା କୁନ୍ଦନ ଲାଲ ଭଞ୍ଜ, ବ୍ରଜେନ୍ଦ୍ର ରାଉତ, ଜଗଦୀଶ ଚନ୍ଦ୍ର ଦାଶ, ଅଶୋକ କୁମାର ପଟ୍ଟନାୟକ, ଗୁହିରାମ ଜେନା, ଅଜୟ କୁମାର ପରିଡ଼ା, ପ୍ରଦୀପ କୁମାର ପାଣିଗ୍ରାହୀ, ରାକେଶ ମଲ୍ଲିକ, ସର୍ବତୋଷ ଦାଶ, ଅମିତ ଦେବଦର୍ଶୀ, ରାଜନନ୍ଦିନୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ଜ୍ଞାନରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.