jayashree

ଓଡ଼ିଶାରୁ ଶୀଘ୍ର ଫେରିପାରେ ମୌସୁମୀ ବାୟୁ

ଭୁବନେଶ୍ୱର : ଓଡ଼ିଶାରୁ ଚଳିତବର୍ଷ ମୌସୁମୀ ବାୟୁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିପାରେ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରୁ ମୌସୁମୀ ଫେରିଯିବା ନେଇ ପାଗ ଅନୁକୂଳ ରହିଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ବାଲେଶ୍ୱର ସମେତ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଅନୁକୂଳ ରହିଛି । ସାଧାରଣତଃ ଅକ୍ଟୋବର ୧୨ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାରୁ ମୌସୁମୀ ବାୟୁ ଫେରିଥାଏ । ତେଣୁ ଏହା ପୂର୍ବରୁ ମୌସୁମୀ ଫେରିଗଲେ, ଚଳିତବର୍ଷ ଏହାର ପ୍ରତ୍ୟାବର୍ତ୍ତନ ଶୀଘ୍ର ହୋଇଛି ବୋଲି କୁହାଯିବ । ଅନ୍ୟପଟେ, ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶର ଅନ୍ୟ କିଛି ଅଞ୍ଚଳରୁ ମଧ୍ୟ ପର୍ଯ୍ୟାୟକ୍ରମେ ଅପସାରଣ କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.