
- ଡବଲ ଇଞ୍ଜିନ ସରକାରର ବିଫଳତା ନେଇ ଲୋକଙ୍କ ନିକଟକୁ ଯିବ ବିଜେଡି
ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଜେଡିର ଜନସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସଭପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଯାଏଁ ମାସକ ଧରି ଚାଲିବ । ଏ ସମ୍ବନ୍ଧରେ ମୟୂରଭଞ୍ଜ ଜିଲ୍ଲାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡବଲ ଇଞ୍ଜିନ ସରକାର ନିର୍ବାଚନ ସମୟରେ ଲୋକଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ଗତ ଅଢ଼େଇ ବର୍ଷ ମଧ୍ୟରେ ପୂରଣ କରିନାହିଁ । ଏଣୁ ଚାଷୀ, ଯୁବ, ଛାତ୍ର, ନାରୀ, ଆଦିବାସୀ, ଦଳିତ, ସଂଖ୍ୟା ଲଘୁ ଆଦି ସମସ୍ତ ବର୍ଗର ଲୋକେ ପ୍ରତାରଣାର ଶିକାର ହୋଇଛନ୍ତି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯ୍ୟାତନା ବୃଦ୍ଧି, କେନ୍ଦ୍ର ସରକାର ଏମ୍ଏମ୍ଡିଆର୍ ଆକ୍ଟ, ପାଠ୍ୟ ପୁସ୍ତକ ତ୍ରୁଟି, ଏସ୍ଆଇଆର୍ ଆଦି ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଜଳ ଜଳ ହୋଇ ଦେଖାଯାଉଛି । ଏଣୁ ଜନ ସମସ୍ୟା ନେଇ ବିଜେଡି ଲୋକଙ୍କ ପାଖକୁ ଯିବ ବୋଲି ସିଦ୍ଧାନ୍ତ ହୋଇଛି । ପ୍ରସ୍ତୁତି ବୈଠକରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜ -୨ ଜିଲ୍ଲା ସଭାପତି ଡା. ଦେବାଶିଷ ମାରାଣ୍ଡି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଏମ୍ସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ପୂର୍ବତନ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ରାଜ କିଶୋର ଦାସ, ପ୍ରୀତିନନ୍ଦା କାନୁନଗୋ, ସୁନ୍ଦର ମୋହନ ସିଂ, ଶ୍ରାବଣୀ ଦାସ, ଅରୁଣ ବରାଡ, ସୁନୀଲ କୁମାର ନାୟକ, ଆଭାସ ଦେ, ଦୀପ୍ତିଲତା ମିଶ୍ର, ପ୍ରଭାତ ନାୟକ, କୃଷ୍ଣ ଦାସ, ଦୀପକ ମଢୁଆଳ, ସବିତା ବେହେରା, ଅବଦୁଲ ହବିବ, ସରୋଜ ଶତପଥୀ, ଜିତ ପଟ୍ଟନାୟକ, ସମରଜିତ ଗୋସ୍ୱାମୀ, ଗୋବିନ୍ଦ ବେହେରା, ଦିଲ୍ଲୀପ ଘୋଷ, ଶ୍ରବଣ ଗୋପ, ଶେକ ନୁରୁଲ ହସନ, ଶେକ ନିଜାମ୍, ମନୀଷ ବେହେରା, ଅମିତ ବୈଠା, ବିଦୁରାଜ ସୋରେନ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।