jayashree

ହିଆଲ କ୍ଳଷ୍ଟରର ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ଚତୁର୍ଥ ମାସିକ କ୍ଲଷ୍ଟର ବୈଠକ ମାଲପାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ଷୋହଳଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଘ୍ନନାଶକ ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଧୂପଦୀପ ପ୍ରଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଶ୍ରୀ ଦାଶ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ବୈଠକର ଆଭିମୁଖ୍ୟ କହିଥିଲେ । ସିଆର୍‌ଜି କୃଷ୍ଣଚନ୍ଦ୍ର ପଣ୍ଡା ମୋଡୁଲରେ ଥିବା ବିଷୟବସ୍ତୁକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଶିକ୍ଷାଦାନ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପୂର୍ବ ବୈଠକର ଆଲୋଚନା, ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦର୍ଶ ଶିକ୍ଷାଦାନ, ଗେଲେରୀ ପରିଭ୍ରମଣ, ବିଦ୍ୟାଳୟ ପରିଦର୍ଶନ, ନ୍ୟସ୍ତ କାର୍ଯ୍ୟ ଶୈକ୍ଷିକ ସମ୍ବଳ, ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋଚନା ହୋଇଥିଲା । ଶିକ୍ଷକ ଅପୁ କୁମାର ଭୋଇ ସଂଖ୍ୟାଜ୍ଞାନ ଉପରେ ଶିକ୍ଷା ଦାନ ଦେଇଥିଲେ । ଏହି ବୈଠକରେ ଶିକ୍ଷକ ଅମରକାନ୍ତ ବେହେରା, ପ୍ରତାପ ଚନ୍ଦ୍ର କୁଅଁର, ଯୁଧିଷ୍ଠିର ଭରାସଗ୍ରିଆ, ମୃତ୍ୟୁଞ୍ଜୟ ପ୍ରଧାନ, ବିଜୟ ତାଣ୍ଡୀ, ବିବେକ ରାଏ, ସୁନୀଲ ସେଠ, ଖଗେଶ୍ୱର ଦଣ୍ଡସେନା, ସୁଶାନ୍ତ ମାଝୀ, କିଶୋର ବରିହା, ରାଜେନ୍ଦ୍ର ଦଣ୍ଡସେନା, ଅବିନାଶ ମହାଲିଙ୍ଗ, ସତ୍ୟ ନାରାୟଣ ଧରୁଆ, ସୌରଭ ବେହେରା, ଭୁରଷି ରଣା, ହୃଦାନନ୍ଦ ମାଝୀ, ରାମ ବାଗ, ଭି. କ୍ରୀଷ୍ଣା କୁମାରୀ, ମମତା ଯୋଷୀ, ମଧୁମତୀ ଦୀପ, ଜ୍ୟୋତ୍ସ୍ନା ବରିହା ଯୋଗଦାନ ଦେଇଥିଲେ ।

Leave A Reply

Your email address will not be published.