jayashree

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଚାରା ରୋପଣ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ୍ ଗଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଚାରା ରୋପଣ ଓ ପୁରସ୍କାର ବିତରଣୀ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ଆୟୋଜିତ ସଭାରେ ବିଦ୍ୟାଳୟର ସଭାପତି ତଥା ସମାଜସେବୀ ଜୟରାମ ଭେସରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନେ ମାହାତ୍ମା ଗାନ୍ଧିଙ୍କ ନୀତି ଯାଆ ସମୟାନୁବର୍ତ୍ତିତା, ଅହିଂସା, ସତ୍ୟବାଦିତା ପରିଷ୍କାର ପରିଚ୍ଛନ୍ନତା ଓ ପରିଶ୍ରମ ଉପରେ ଧାରଣା ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସର୍ବେଶ୍ୱର ମିଶ୍ର । କାର୍ଯ୍ୟକ୍ରମର ସ୍ଵାଗତ ଭାଷଣ ଦେଇଥିଲେ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶ୍ରୀମତି ଲିଲିରାଣୀ ଧରୁଆ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା କାର୍ଯ୍ୟକ୍ରମର ଅଭିମୁଖ୍ୟ ପ୍ରଦାନ କରିଥିଲେ । ପରେ ଏକ ନିଆରା ଢଙ୍ଗରେ ପୁରସ୍କାର ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିଲା । ଗତ ସେପ୍ଟେମ୍ବର ମାସରେ ଛାତ୍ରଛାତ୍ରୀମାନଙ୍କୁ ନିଖୁଣ ଭାବରେ ଅବଲୋକନ କରି ମାସର ଶ୍ରେଷ୍ଠ ଛାତ୍ର ହିସାବରେ ଶ୍ରୀମାନ ପ୍ରଭାସ ଝାଙ୍କର ଶ୍ରେଣୀ ଚତୁର୍ଥ ମାସର ଶ୍ରେଷ୍ଠ ଖେଳାଳୀ ଶ୍ରୀମାନ ରୋହନ ପୋଢ଼ ଶ୍ରେଣୀ ସପ୍ତମ ଭଲ ପାଠକ କୁମାରୀ ଶିବାନୀ ବଗର୍ତ୍ତୀ ଶ୍ରେଣୀ ଷଷ୍ଠ ଓ ସୁନ୍ଦର ହସ୍ତାକ୍ଷର ପାଇଁ ଶ୍ରୀମାନ ଅଙ୍କୁଶ ପୁଟେଲ ଶ୍ରେଣୀ ଷଷ୍ଠକୁ ପ୍ରମାଣ ପତ୍ର ସହିତ ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଗଲା । ଆଜି ଦିବସର ଅନ୍ୟ ଏକ କାର୍ଯ୍ୟକ୍ରମ ବିଦ୍ୟାଳୟରେ ବୃକ୍ଷରୋପଣ ପାଇଁ ଆୟୋଜିତ ହୋଇଥିଲା । ଏଥିରେ ପୂର୍ବତନ ସୋନପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଗଠନର ସଭାପତି ତଥା ସରାଗରପାଲି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦେବ କିଶୋର ଦାନୀ, ପୂର୍ବତନ ବ୍ଲକ୍ ଶିକ୍ଷା ନିରୀକ୍ଷକ ମଧୁସୂଦନ ପଣ୍ଡା ବିଦ୍ୟାଳୟକୁ ୨ ଗୋଟି ଜାମ୍ବୁଗଛ ସହିତ ଅନ୍ୟନ୍ୟ ଗଛ ପ୍ରଦନା କରି ବିଦ୍ୟାଳୟ ପରିଷରରେ ପ୍ରାୟ ୪୦ ଗୋଟି ବିଭିନ୍ନ ପ୍ରକାରର ଚ଼ାରା ଗଛ ଛାତ୍ରଛାତ୍ରୀ ବିଦ୍ୟାଳୟ କମିଟୀ ସଦସ୍ୟ ସଦସ୍ୟାଙ୍କ ସହଯୋଗରେ ରୋପଣ କରଗଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ ପ୍ରମୋଦ ମେହେର ଓ ପ୍ରଭାତ କୁମାର ସେଠୀ ପରିଚାଳନା କରିଥିଲେ । ପରେ ବିଦ୍ୟାଳୟରେ ଉପସ୍ଥିତ ଥିବା ୯୯ ଜଣ ଛାତ୍ରଛାତ୍ରୀ ମଧ୍ୟହ୍ନ ଭୋଜନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା ।

Leave A Reply

Your email address will not be published.