
ପାଟଣାଗଡ଼ : ଜନସମ୍ପର୍କ ପଦଯାତ୍ରାରେ ଦମ୍ ଦେଖାଇଲେ ସରୋଜ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ଦେଖିବାକୁ ମିଳିଛି ଦଳୀୟ ନେତା ଓ କର୍ମୀଙ୍କ ଉତ୍ସାହ । ପାଟଣାଗଡ଼ରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା । ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି ତଥା ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ଏହି ପଦଯାତ୍ରା ହୋଇଥିଲା । ପଦଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ କର୍ମୀଙ୍କ ସମେତ ଦଳୀୟ ନେତାମାନେ ସାମିଲ ହୋଇଥିଲେ । ସହରର ବିଭିନ୍ନ ଅଞ୍ଚଳ ଦେଇ ଚାଲିଥିଲା ଏହି ପଦଯାତ୍ରା । ଏହି ଅବସରରେ ସରୋଜ ମେହେରଙ୍କ ସହ ଦଳୀୟ କର୍ମୀଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।