
କେସିଙ୍ଗା ଏନ୍ଏସି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ
କେସିଙ୍ଗା, (ପ୍ରୀତେଶ ପଟେଲ) : ସାରା ଦେଶରେ କେନ୍ଦ୍ର ସରକାରଙ୍କ ଦ୍ଵାରା “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ ତମ ଜୟନ୍ତୀ ଉପଲକ୍ଷେ ଆଜି କେସିଙ୍ଗା ଏନ୍ଏସି ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ କେସିଙ୍ଗା ସେଲଭି ପୋଏଣ୍ଟରୁ ଜଗନ୍ନାଥ ପଡା ଛକ ପର୍ଯ୍ୟନ୍ତ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କେସିଙ୍ଗା ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ନେତୃତ୍ଵରେ ଓ ଏନ୍ଏସି ଅଧ୍ୟକ୍ଷ ନୃପରାଜ ୟାଦବଙ୍କ ସହ ସମସ୍ତ କାଉନସିଲର ଏବଂ କେସିଙ୍ଗା ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା, କେସିଙ୍ଗାର ଠିକାଦାର, ସାନିଟେସନ ପ୍ରମୁଖ ପ୍ରଶାନ୍ତ ବାରିକ, ଏନ୍ଏସିର ସମସ୍ତ କର୍ମଚାରୀ ଓ ସମସ୍ତ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।