jayashree

ବିଏସଏନଏଲର ଷଡ଼ବିଂଶତମ ପ୍ରତିଷ୍ଠା ଦିବସ

  • ଡିଜିଟାଲ୍ ସଂଯୋଗୀକରଣ ଏବଂ ଗ୍ରାହକ ସେବା ପ୍ରତି ବିଏସଏନଏଲ ଓଡ଼ିଶା ରହିଛି ସଂକଳ୍ପବଦ୍ଧ

ନୂଆଦିଲ୍ଲୀ, (ପିଆଇବି) :୧ ଅକ୍ଟୋବର ୨୦୨୬ରେ ‘‘ହମାରା ବିଏସଏନଏଲ’ ’ବାର୍ତ୍ତା ନେଇ ବିଏସଏନଏଲର ଷଡ଼ବିଂଶତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ସମସ୍ତ ପରିଚାଳନା ଏବଂ ବ୍ୟବସାୟିକ କ୍ଷେତ୍ରରେ ବିଏସଏନଏଲର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଏକାଧିକ ଉପଭୋକ୍ତା କୈନ୍ଦ୍ରିକ ଏବଂ କର୍ମଚାରୀ କୈନ୍ଦ୍ରିକ ଯୋଜନା ଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ହମରା ବିଏସଏନଏଲ ବାର୍ତ୍ତା ନେଇ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ, ମେଗାସିମ୍ ଓ ଏଫଟିଟିଏଚ ମେଳା, ଭାରତନେଟ କନେକ୍ଟିଭିଟି ଭଳି କାର୍ଯ୍ୟକ୍ରମର ଶୁଭାରମ୍ଭ ସହିତ ଉତ୍କର୍ଷ ସଫଳତା ହାସଲ କରିଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ବିଏସଏନଏଲ କ୍ରମାଗତ ଭାବେ ଓଡ଼ିଶାର ଉପାନ୍ତ ଓ ଅପହଞ୍ଚ ଇଲାକା ସମେତ ବିଭିନ୍ନ ସ୍ଥାନରେ ମୋବାଇଲ୍ ସଂଯୋଗର ବିସ୍ତାର କରୁଛି । ଡିବିଏନ୍ ପାଣ୍ଠି ପ୍ରକଳ୍ପ ଅଧୀନରେ ମୋଟ୍ ୧୭୮୯ଟି ଫୋର୍ ଜି ମୋବାଇଲ୍ ଟାୱାର ସ୍ଥାପନକ ରାଯାଇଛି । ଏହା ୨୫୪୨ ଅପହଞ୍ଚ ଏବଂ ଉପାନ୍ତଗାଁରେ ଫୋର୍ ଜି ସେବା ଆରମ୍ଭ କରିଛି । ମାର୍ଚ୍ଚ ୨୦୨୭ ସୁଦ୍ଧା ଆହୁରି ୮୬୫ ଗାଁରେ ଫୋର୍ ଜି ମୋବାଇଲ୍ ସେବା ଆରମ୍ଭ କରାଯିବ । ଭାରତ ନେଟ୍ ପ୍ରକଳ୍ପ ଅଧୀନରେ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ସମସ୍ତ ୩୧୪ ବ୍ଲକ୍ ଏବଂ ୬,୭୯୮ ଗାଁକୁ ବିସ୍ତାର କରାଯାଉଛି । ଚାହିଦା ଅନୁଯାୟୀ ପ୍ରାୟ ୪୪,୪୫୬ଟି ଗ୍ରାମକୁ ହାଇ-ସ୍ପିଡ୍ ଏଫଟିଟିଏଚ ସଂଯୋଗ ଯୋଗାଇଦେବା ପାଇଁ ପ୍ରସ୍ତାବ ରହିଛି । ଏହା ବ୍ୟତୀତ, ବିଏସଏନଏଲ ଓଡ଼ିଶା ସାରା ୫,୦୦୦ରୁ ଅଧିକ ମାଧ୍ୟମିକ ବିଦ୍ୟାଳୟ, ୧,୧୦୦ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଏବଂ ୬,୫୦୦ରୁ ଅଧିକ ମାଧ୍ୟମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏଫଟିଟିଏଚ ସଂଯୋଗ ଯୋଗାଇଦେବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି । ଏହି ପଦକ୍ଷେପ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଜିଟାଲ୍ ସୁବିଧାକୁ ସୁଦୃଢ଼ କରିବା ସହିତ ଗ୍ରାମସ୍ତରୀୟ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ । ନୂତନ ଗ୍ରାହକମାନେ ମାତ୍ର ୧ ଟଙ୍କାରେ ବିଏସଏନଏଲ ମୋବାଇଲ୍ ସେବାର ଅନୁଭବ ନେଇପାରିବେ । ଏଥିରେ ମିଳିବ ଦୈନିକ ୧ ଜିବି ଡାଟା ସହିତ ଅନଲିମିଟେଡ୍ ଭଏସ୍ କଲ୍ ଏବଂ ଦୈନିକ ୧୦୦ ଏସଏମଏସ ସୁବିଧା ଯାହାର ବୈଧତା ୨୪ ଦିନ ରହିବ। ସେହିପରି ଏସଟିଭି ୩୪୯ ପ୍ଲାନରେ୨୮ ଦିନ ପାଇଁ ଅସୀମିତ ଡାଟା, ଅସୀମିତ ଭଏସ୍ କଲ୍ ଏବଂ ଦୈନିକ ୧୦୦ଟି ଏସଏମଏସ ସୁବିଧା ମିଳିବ । ଏହି ଅଫର୍ ୩ ଅକ୍ଟୋବର ୨୦୨୬ରୁ ଉପଲବ୍ଧ ହେବ । ୧ରୁ ୧୫ ଅକ୍ଟୋବର ୨୦୨୬ ମଧ୍ୟରେ ପିଭି ୨୩୯୯ ପ୍ଲାନରେ ରିଚାର୍ଜ କରୁଥିବା ଗ୍ରାହକମାନେ ଅତିରିକ୍ତ ୧୫ ଦିନର ବୈଧତା ପାଇବେ, ଯାହା ଫଳରେ ମୋଟ ବୈଧତା ୩୬୫ ଦିନରୁ ବୃଦ୍ଧି ପାଇ ୩୮୦ ଦିନ ହେବ । ବିଏସଏନଏଲ ଗ୍ରାହକଙ୍କ ପାଇଁ ଓଟିଟି ଟୋକନ୍ ସୁବିଧା ସହିତ ନୂତନ ଏଫଟିଟିଏଚ ଯୋଜନା ଆରମ୍ଭ କରୁଛି, ଯାହା ମାଧ୍ୟମରେ ସେମାନେ ବିଲ୍ଡୟୋର୍ ଓଟିଟି (ବିୱାଇଓ) ପୋର୍ଟାଲ୍ ବ୍ୟବହାର କରି ଉପଲବ୍ଧ ୨୭ଟି ଓଟିଟି ମଧ୍ୟରୁ ନିଜ ଆବଶ୍ୟକତା ଅନୁଯାୟୀ ଓଟିଟି ସେବାକୁ ସୁବିଧାଜନକ ଭାବେ ଚୟନ ବା କଷ୍ଟମାଇଜ୍ କରିପାରିବେ । ଏହି ବିୱାଇଓ ବ୍ୟବସ୍ଥା ଟୋକନ୍ ସିଷ୍ଟମ୍ ଉପରେ କାର୍ଯ୍ୟ କରିବ। ଷଡ଼ବିଂଶତମ ପ୍ରତିଷ୍ଠା ଦିବସରେ, ବିଏସଏନଏଲ ଓଡ଼ିଶା ନିର୍ଭରଯୋଗ୍ୟ ଓସୁଲଭ ଦୂରସଞ୍ଚାର ସେବା ସହିତ ଗ୍ରାହକମାନଙ୍କୁ ସେବା ଯୋଗାଇବା ସହିତ ଲୋକଙ୍କୁ ସଂଯୋଗ କରିବା, ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ସମାବେଶୀ ଡିଜିଟାଲ୍ ଅଭିବୃଦ୍ଧିକୁ ସକ୍ଷମ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି ।

Leave A Reply

Your email address will not be published.