jayashree

ବଲାଙ୍ଗିର ଗାୟତ୍ରୀ ପରିବାରର ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଓ ଯୁବା ଉତ୍କର୍ଷ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାରର ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଓ ଯୁବା ଉତ୍କର୍ଷ ସମ୍ମିଳନୀ ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ସ୍ତାନୀୟ ଗାୟତ୍ରୀ ଶକ୍ତିପୀଠ ଗୋପାଳଜି ମନ୍ଦିର ପରିସରରେ ଆଜି ସକାଳ ୧୦.୩୦ ରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଦିନ ୧୦ ଆରମ୍ଭରେ ଦୀପ ପ୍ରଜ୍ଜ୍ଵଳନ, ଗୁରୁ ବନ୍ଦନା ଗାୟତ୍ରୀ ମାତା ପୂଜନ ଗୁରୁଜୀ ପଣ୍ଡିତ ଶ୍ରୀରାମ ଶର୍ମ ଆଚାର୍ଯ୍ୟ ଓ ଗୁରୁମାତାଙ୍କ ପୂଜନ, ଗାୟତ୍ରୀ ମନ୍ତ୍ର ପାଠ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମଞ୍ଚାସୀନ ଥିଲେ ନାରୀ ଜାଗରଣ ସଂଯୋଜିକା ଶ୍ରୀମତୀ ଉର୍ମିଲା ମିଶ୍ର, ଯୁଗ ସାହିତ୍ୟ ଗାୟତ୍ରୀ ଭବନ ଭୁବନେଶ୍ୱର ଦୁର୍ଗା ପ୍ରସାଦ ରାୟ, ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି ଅଧ୍ୟାପକ ଛବିଲ ବଗର୍ତ୍ତୀ, ଅମୃତା ବେହରା, ବିଚିତ୍ର କୁମାର ସାହୁ, ଜିଲ୍ଲା ମହିଳା ସଂଯୋଜିକା ବୀଣାପାଣି ଆଚାର୍ଯ୍ୟ ଓ ନିମାଇଁ ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭିକ ସ୍ଵାଗତ ଉଦ୍‌ବୋଧନ ଶ୍ରୀ ଗୁପ୍ତା ଦେଇଥିବା ପରେ ଯୁବ ଉତ୍କର୍ଷ ଉପରେ ଶ୍ରୀ ରାୟ ଯୁବଶକ୍ତି ଉପରେ ଯୁବା ମାନଙ୍କ ଭବିଷ୍ୟତ ଜୀବନ ନିର୍ମାଣ ବ୍ୟକ୍ତିତ୍ୱ ନିର୍ମାଣ ଉଦ୍‌ବୋଧନ ଦେଇଥିଲେ । ନାରୀ ଜାଗରଣ ଉପରେ ଶ୍ରୀମତୀ ମିଶ୍ର ଓ ବରଗଡରୁ ଆସିଥିବା ଅମୃତା ବେହରା ଆସ ଗଢ଼ିବା ସଂସ୍କାରବାନ ପିଢି ମହିଳା ଶକ୍ତି ଓ ତାଙ୍କର ସାମାଜିକ ସଂସ୍କାର ଓ ପରିବାର ଗଠନରେ ନାରୀର ଦାୟିତ୍ଵ ଉପରେ କହିଥିଲେ । ସଭାକୁ ସଞ୍ଚାଳନ କରି ସଂଯୋଜନା କରିଥିଲେ ଶ୍ରୀ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ବଗର୍ତ୍ତୀ । ଜିଲ୍ଲାର ସବୁ ଅଂଚଳରୁ ଗାୟତ୍ରୀ ପରିବାର ସଦସ୍ୟସଦସ୍ୟା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଭାଗ୍ୟବାନ ସାହୁ, ସୁନୀଲ ଚକ୍ର, ଅସମାନ ସାହୁ, ଟିକେ ଲାଲ ନାୟକ, ସୁଶୀଳା ବିଶ୍ଵାଳ, ମଧୁ ଛନ୍ଦା ପାଲ, ମୋକ୍ଷଦା ଶର୍ମ, ନଳିନୀ ତ୍ରିପାଠୀ, ଭୁବନେଶ୍ୱର ନାଗ, ରାଧା ମୋହନ କେଡ଼ିଆ, କୋର କମିଟି ଶକ୍ତି ପୀଠ ଓ ଗାୟତ୍ରୀ ପରିବାର ସଦସ୍ୟ ବୃନ୍ଦ ।

Leave A Reply

Your email address will not be published.