jayashree

ମୁନିଗୁଡ଼ାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ସଦଭାବନା ସଭାଗୃହରେ ରାୟଗଡା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣିଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଆୟୋଜିତ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦ, ଗୁଣୁପୁର ଉପ ଜିଲ୍ଲାପାଳ ଅଭିଷେକ ଦୁଧାଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ବିଶ୍ୱମ୍ବର ବେହେରା, ଗୁଣୁପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଆଡିଶନାଲ ଏଗ୍‌ଜ୍ୟୁକେଟିଭ ଅଫିସର କ୍ଷୀରାବ୍ଦିତନୟା ସାହୁ, ଜିଲ୍ଲା ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀ ସଚିନ ଆନ୍ନା ସାହେବ ପ୍ରମୁଖ ଯୋଗଦେଇ ସମସ୍ତ ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣାଣି କରିଥିଲେ । ମୋଟ ୧୧୫ଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ସେଥିରୁ ୯୯ଟି ବ୍ୟକ୍ତିଗତ, ୧୬ଟି ସାମୂହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା ।

Leave A Reply

Your email address will not be published.