jayashree

ବରଗଡ଼ ଜିଲ୍ଲା ସୋହେଲା ସଦରର ଆର୍‌ଆଇଙ୍କୁ ଆକ୍ରମଣ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ସୋହେଲା ସଦରର ଆର୍‌ଆଇଙ୍କୁ ଆକ୍ରମଣ ଘଟଣାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ବରଗଡ଼ ଜିଲ୍ଲା ରାଜସ୍ୱ କ୍ଷେତ୍ର ସଂଘ । ମଙ୍ଗଳବାର ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି । ସୂଚନା ଅନୁସାରେ ଗତ କାଲି ସୋହେଲା ସଦରର ଆର୍‌ଆଇ ଇନ୍ଦ୍ର କୁମାର ବାଦୀଙ୍କୁ ଅଫିସ ଭିତରକୁ ଆସି ଦୁର୍ବୁତ୍ତ ମାନେ କଲ ଉଠାଉ ନ ଥିବାରୁ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ତେବେ ସାମାନ୍ୟ କଲ ନ ଉଠାଇବାରୁ ଏପରି ଆକ୍ରମଣ ଘଟିଥିବା ବେଳେ ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଆର୍‌ଆଇ ମାନଙ୍କୁ ସୁରକ୍ଷା ଦିଆଯାଉ ବୋଲି ଦାବି କରାଯାଇଛି ।

Leave A Reply

Your email address will not be published.