
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ୨୭ ସେପ୍ଟେମ୍ବରରୁ ୨୯ ତାରିଖ ଯାଏ ସୋନପୁର ବ୍ଲକର ୨୪୦ ଗୋଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୧୫୫୬ ଗୋଟି ଅଙ୍ଗନୱାଡି ସେଣ୍ଟରରେ ଆଙ୍ଗନ୍ କା ଉତ୍ସବ ସେବା ସଂକଳ୍ପ ଅଭିଯାନ ପାଳନ କରାଯାଇଛି । ଗତକାଲି ଅଙ୍ଗନୱାଡି ସେଣ୍ଟରର ପ୍ରତ୍ୟେକ ପରିବାର ସଦସ୍ୟଙ୍କ ଦ୍ଵାରା “ରେସିପି” ପ୍ରଦର୍ଶନ ପିଠା ପଣା ପ୍ରସ୍ତୁତି ଓ ବାପା ମାଆ ମାନଙ୍କ ପାଇଁ “ରେସିପି” ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏବଂ ଏହି ଉତ୍ସବର ଦ୍ୱିତୀୟ ଦିବସରେ କୁନି କୁନି ଛୁଆ ମାନଙ୍କ ଖେଳ ଚିତ୍ରାଙ୍କନ ନାଚଗୀତ ଇତ୍ୟାଦି କାର୍ଯ୍ୟକ୍ରମ ସବୁ ଅଙ୍ଗନୱାଡି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ପରିପେକ୍ଷୀରେ କମ୍ୟୁନିଟି ସେଣ୍ଟରର ସଦସ୍ୟ, ସୁପର୍ ଭାଇଜର ସିଡିପିଓ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଶିଶୁଙ୍କୁ ପ୍ୟାକେଜ ଲସି, ଫଳ ଓ ମାଣ୍ଡିଆ କୁକିଜ ପ୍ରଦାନ କରାଯାଇଥିଲା । ଅଜାଆଈମାନେ ମଡେଲ ଶିକ୍ଷା ଉପରେ ବିଭିନ୍ନ ଗପ କହି ଶିଶୁଙ୍କୁ ଖୁସି କରାଇଥିଲେ । ଏହି କାର୍ଯ୍ୟକ୍ରମ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୋନପୁର ଦ୍ଵାରା ଆୟୋଜିତ ହୋଇଥିବା ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି । ସୋନପୁର ବ୍ଲକରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସାଗରିକା ସ୍ୱାଇଁଙ୍କ ତତ୍ୱାବଧାନରେ ଏବଂ ଜିଲ୍ଲାରେ ଡିଏସ୍ଡ଼ବ୍ଲୁଓ ବୀଣାପାଣି ମିଶ୍ରଙ୍କ ତତ୍ୱାବଧାନରେ ଏହି ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଉଥିବା ସୁଚନା ମିଳିଛି ।