jayashree

କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ

  • ଓଡ଼ିଆ ସାହିତ୍ୟରେ ରାଧାନାଥଙ୍କ ଅବଦାନ ଅତୁଳନୀୟ : ଆଲୋଚକ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସୌଜନ୍ୟରେ ଏବଂ ଶାଳବଣ ସାହିତ୍ୟ ସଂସଦର ସଂଯୋଜନାରେ ବାଲିଗୁଡ଼ା ସ୍ଥିତ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଶାଳବଣ ସାହିତ୍ୟ ସଂସଦର ସଭାପତି ଡ. ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଓ ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଭାରେ କବିବର ରାଧାନାଥ ରାୟଙ୍କ ଜୀବନୀ, ସାହିତ୍ୟ ସୃଷ୍ଟି ଏବଂ ଓଡ଼ିଆ ସାହିତ୍ୟର ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚକମାନେ ରାଧାନାଥଙ୍କ ସାହିତ୍ୟ ସୃଷ୍ଟି ଓ ଭାଷା ଶୈଳୀ ଓଡ଼ିଆ ସାହିତ୍ୟକୁ ଏକ ନୂଆ ଦିଗ ଦେଇଥିବା ମତବ୍ୟକ୍ତ କରିଥିଲେ । ଶିକ୍ଷକ ତୀର୍ଥବାସୀ ଘଡ଼େଇ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ । ଆଲୋଚକ ଭାବେ କୈଳାଶ ବେହେରା, ବିଶ୍ୱେଶ୍ୱର ଆଚାର୍ଯ୍ୟ, ସ୍ନେହଲତା, ସୁଲୋଚନା କହଁରଙ୍କ ସମେତ ବହୁ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସାରଗର୍ଭକ ହୋଇଥିଲା ।

Leave A Reply

Your email address will not be published.