jayashree

“ବେଟି ବଚାଓ ବେଟି ପଢ଼ାଓ” ସଚେତନତା ଶିବିର ଅନୁଷ୍ଠିତ

ସଇଁନ୍ତଲା, (ଖୁସିରାଣୀ ସାହୁ) : ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦୟାଳୟ ସଇଁନ୍ତଲାରେ “ବେଟି ବଚାଓ ବେଟି ପଢ଼ାଓ” ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ସଇଁନ୍ତଲା ସିଡିପିଓ ଶ୍ରୀମତୀ ଗୋଲାପୀ ନାୟକ ଏବଂ ସଇଁନ୍ତଲା ଥାନା ଅଧିକାରୀ ବିଶ୍ୱଜିତ ବିଶ୍ୱାଳ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ଜୟଦେବ କରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ନାରୀ ସୁରକ୍ଷା ଓ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସିଡିପିଓ ଶ୍ରୀମତୀ ଗୋଲାପୀ ନାୟକ କନ୍ୟା ସନ୍ତାନଙ୍କ ସୁବିଧା ପାଇଁ ଥିବା ସରକାରୀ ଯୋଜନା ଉପରେ କହିଥିବା ବେଳେ ଥାନ ଅଧିକାରୀ ବିଶ୍ୱଜିତ ବିଶ୍ୱାଳ ଭାରତୀୟ ନ୍ୟାୟ ସଂହିତାରେ ମହିଳା ସୁରକ୍ଷା ପାଇଁ ଥିବା ଧାରା ଉପରେ କହିଥିଲେ । ପ୍ରାଧ୍ୟାପକ ଡିଲେଶ୍ୱର ଭୋଇ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଐତହାସିକ ପଟ୍ଟଭୂମି ଉପରେ କହିଥିବା ବେଳେ ଅଧ୍ୟାପକ ଶଶିଭୂଷଣ ପଧାନ ନାରୀ ସୁରକ୍ଷା ଉପରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଇଂରାଜୀ ବକ୍ତୃତା, ଓଡ଼ିଆ ବକ୍ତୃତା, କୁଇଜ୍ ଏବଂ ଛବି ଅଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ କମ୍ପ୍ୟୁଟର ବିଭାଗର ଅଧ୍ୟାପକ ରାଜ କୁମାର ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.